୬୩ ବର୍ଷରେ ଲକ୍ଷ୍ମୀ ବଜାର ପୂଜା ମଣ୍ଡପ ସନ୍ଧ୍ୟାରେ କ୍ଷୀରୀ ହାଲୁଆର ମହକ

You are currently viewing ୬୩ ବର୍ଷରେ ଲକ୍ଷ୍ମୀ ବଜାର ପୂଜା ମଣ୍ଡପ ସନ୍ଧ୍ୟାରେ କ୍ଷୀରୀ ହାଲୁଆର ମହକ

ଅନୁଗୁଳ: ଅନୁଗୁଳ ସହରର ପ୍ରଥମ ଲକ୍ଷ୍ମୀ ପୂଜା ମଣ୍ଡପ ଗଢା ଯାଇଥିଲା ୧୯୬୦ ମସିହାରେ।ସ୍ଥାନୀୟ ଜଣେ ବ୍ୟବସାୟୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ଗଜଲକ୍ଷ୍ମୀ ପୂଜା ଆଜି ଜିଲ୍ଲାର ସବୁଠାରୁ ବଡ଼ ପାର୍ବଣର ମାନ୍ୟତା ପାଇଛି। ଦଣ୍ଡାୟମାନ ଗଜଲକ୍ଷ୍ମୀ ଲକ୍ଷ୍ମୀ ବଜାର ପୂଜା କମିଟିର ବିଶେଷତା।

ଚଳିତ ବର୍ଷ ନୂଆ ପରିଚାଳନା କମିଟି ଦାୟିତ୍ଵ ନେଇ ଖୁବ୍ ସୁନ୍ଦର ଢଙ୍ଗରେ ତୋରଣ,ମେଢ଼,ମୂର୍ତ୍ତି ନିର୍ମାଣ କରିଛନ୍ତି। କଲିକତାରୁ କାରିଗର ଆସି ଆଭ୍ୟନ୍ତରୀଣ ସାଜସଜ୍ଜାରେ ମା ଲକ୍ଷ୍ମୀଙ୍କ ଶିସ୍ ମହଲ ବା କାଚର ରାଜ ଉଆସ ତିଆରି କରିଛନ୍ତି ଯାହା ହଜାର ହଜାର ଲୋକଙ୍କ ମନ ମୋହୁଛି।ସେହିଭଳି ପ୍ରତିଦିନ ଅନ୍ନ ଭୋଗ ସନ୍ଧ୍ୟାରେ ବୁନ୍ଦୀ,କ୍ଷୀରୀ,ହାଲୁଆ,କାକରା ଆଦି ଭୋଗ ଲାଗି ହେଉଛି। ଚଳିତ ବର୍ଷ ଭସାଣି ଶୋଭାଯାତ୍ରା ମଧ୍ୟ ଆକର୍ଷଣୀୟ ହେବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ସଭାପତି ରୂପେ ଭରତ କୁମାର ସାହୁ,ଉପ ସଭାପତି ସୌମ୍ୟ ରଞ୍ଜନ ସାହୁ, ସମ୍ପାଦକ ରୁପେ ଜ୍ୟୋତି ରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ପ୍ରତିଟି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ କରାଯାଉଛି ।

Share

Leave a Reply