ମଦ ପିଇ ଗାଡ଼ି ଚଳାଉଥିବା ଲକ୍ଷ୍ମୀ ବସ ଡ୍ରାଇଭରକୁ ଅଟକ ରଖିଲେ ସ୍ଥାନୀୟ ଲୋକ

You are currently viewing ମଦ ପିଇ ଗାଡ଼ି ଚଳାଉଥିବା ଲକ୍ଷ୍ମୀ ବସ ଡ୍ରାଇଭରକୁ ଅଟକ ରଖିଲେ ସ୍ଥାନୀୟ ଲୋକ

ଅନୁଗୁଳ: ମଦ ପିଇ ଗାଡ଼ି ଚଳାଉଥିବା ଲକ୍ଷ୍ମୀ ବସ ଡ୍ରାଇଭରକୁ ଅନୁଗୁଳ ଜିଲ୍ଲା ଡାବରଧୁଆଁ ଛକ ଠାରେ ଅଟକ ରଖିଛି ପୋଲିସ। ସୂଚନାଯୋଗ୍ୟ, ଅନୁଗୁଳ ଅଞ୍ଚଳରୁ ବଡ଼କେରଜାଙ୍ଗ ଆଡ଼କୁ ଲୋକଙ୍କୁ ନେଇ ଲକ୍ଷ୍ମୀ ବସ ଯାଉଥିଲା। ସେଠାରେ ବେପାରୁଆ ଗାଡି ଚାଳନା ପାଇଁ ଲୋକମାନେ ଡ୍ରାଇଭରକୁ ବିରୋଧ କରିଥିଲେ। ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡି ଚଳାଉଥିବା ନେଇ ପରେ ଲୋକେ ଜାଣିବାକୁ ପାଇଥିଲେ। ଏଣୁ ଡାବରଧୁଆଁ ଛକ ଠାରେ ଗାଡିରୁ ଓହ୍ଲାଇବା ସହ ଡ୍ରାଇଭରକୁ ଅଟକ ରଖିଥିଲେ। କିଛି ସମୟ ପାଇଁ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭର ଏବଂ ବସକୁ ଅଟକ ରଖିଥିବା ନେଇ ପୋଲିସ ସୂଚନା ଦେଇଛି।

Share

Leave a Reply