୪ଟି ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ

You are currently viewing ୪ଟି ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ : ଅନୁଗୁଳ ବ୍ଲକ ଅଞ୍ଚଳରେ ମୋ ସ୍କୁଲ ଅଭିଯାନରେ ୪ଟି ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ତ ସ୍ଥାପନ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଅତିଥିଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ବ୍ଲକ୍ର ଖଲାରୀ ଉଚ୍ଚ ବିଦ୍ୟାଳୟ, ଅଙ୍ଗାରବନ୍ଧ ଉଚ୍ଚ ବିଦ୍ୟାଳୟ, ବଲାସିଂହା ଉଚ୍ଚ ବିଦ୍ୟାଳୟ ଓ ବେଡ଼ା ଶାସନ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ହେବାର ଅଛି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅନୁଗୁଳ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ଯୁବ ନେତା ଅରୁଣାଭ ସିଂହ, ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ଜିଲ୍ଲା ପରିଷଦ ସଭ୍ୟା ରୁବି ସାହୁ, ସୁକାନ୍ତିବାଳା ନାଏକ, ହାଡ଼ିବନ୍ଧୁ ଦେହୁରୀ, ବ୍ଲକ ଯୁବ ବିଜେଡ଼ି ସଭାପତି ରାକେଶ ନନ୍ଦ, ବ୍ଲକ ଛାତ୍ର ବିଜେଡ଼ି ସଭାପତି ଦିବ୍ୟରଞ୍ଜନ ପ୍ରଧାନ, ବିଜେଡି ନେତା ଭାଗିରଥି ମାଝୀ, ଦୁର୍ୟୋଧନ ସାହୁ, କାହ୍ନୁ ପ୍ରଧାନ, ଅନୀଲ ବିଶ୍ୱାଳ, ବିଜ୍ଞାନୀ ବେହେରାଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ସେହିଭଳି ବେଡ଼ା ଶାସନ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ନୂତନ ବାସଗୃହ ମଧ୍ୟ ଶ୍ରୀ ସିଂହ ଉଦ୍ଘାଟନ କରିଥିଲେ।

Share

Leave a Reply