ଅନୁଗୁଳ : ଓଡିଶା କ୍ରିକେଟ ଆସୋସିଏସନର ସହଯୋଗରେ ସ୍ଥାନୀୟକଦମ ପଡିଆଠାରେ ଏକ କ୍ରିକେଟ୍ ଏକାଡେମୀର ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି।ଏଥିରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ମୁଖ୍ୟ ଅତିଥି ଓ ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା ହେବା ଦ୍ଵାରା ଅନୁଗୁଳ ଜିଲ୍ଲାରେ ଲୁକାୟିତ ହୋଇ ରହିଥିବା ବହୁ ପ୍ରତିବାଭାନ ଖେଳାଳିଙ୍କ ପ୍ରତିଭାର ବିକଶିତ ହେବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଜିଲ୍ଲା କ୍ରିକେଟରେ ଖେଳାଳି ନିଜ ପ୍ରତିଭାର ପରିଚୟ ଦେବା ସହିତ ରାଜ୍ୟସ୍ତରୀୟ ଖେଳାଳି ଭାବେ ନିଜକୁ ପରିଚିତ କରାଇପାରିବେ ବୋଲ ଅତିଥିମାନେ ପ୍ରକାଶ କରିଛନ୍ତି। ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ସାଗରନାଥ ମିଶ୍ର, ପରିଚାଳନା କମିଟିର ଉପ-ସଭାପତି ପ୍ରଭାତ କୁମାର ସିହ୍ନା, ଅରୁଣ କୁମାର ପୁଷ୍ପାଳକ, ଯୁଗ୍ମ-ସମ୍ପାଦକ ଗଙ୍ଗାଧର ପଟ୍ଟନାୟକ, ସତ୍ୟେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତ, ଏସକେ ରଫିକ, ଶିବ ରାଉତ, ସମରେନ୍ଦ୍ର ମିଶ୍ର , ମାୟାଧର ମିଶ୍ର, ବିରେନ ସାମଲ, ତାପସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଗୁଳରେ କ୍ରିକେଟ୍ ଏକାଡେମୀର ଭିତ୍ତିପ୍ରସ୍ତର ସ୍ଥାପନ
- Post published:July 19, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
