ପରାବିଲ ଓ ବିରୁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର, ଉଦଘାଟନ କଲେ ବିଧାୟକ

You are currently viewing ପରାବିଲ ଓ ବିରୁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର, ଉଦଘାଟନ କଲେ ବିଧାୟକ

ଅନୁଗୁଳ: ସ୍ଥାନୀୟ କଣିହାଁ ବ୍ଲକ ଅନ୍ତର୍ଗତ ପରାବିଲ ଓ ବିରୁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡା ଯୁବ ବିଧାୟକ ମୁକେଶ କୁମାର ପାଳ ଯୋଗ ଦେଇ ପ୍ରଥମେ ପରାବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନୂତନ ଗୃହ, ଚଷା ସମାଜର ନୂତନ ଗୃହ ଭିତ୍ତି ପ୍ରସ୍ତର, ପରାବିଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହର ଗହମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂତନ ଅତିରିକ୍ତ ଶ୍ରେଣୀ ଗୃହ, ଗହମ ନୂଆସାହି ଅଙ୍ଗନବାଡି କେନ୍ଦ୍ର ଗୃହର ଉଦଘାଟନ କରିଥିଲେ।

ପରେ ବିରୁ ପଞ୍ଚାୟତର ବିରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ, ବ୍ୟାଙ୍କ ସୁବିଧା କେନ୍ଦ୍ର, ଶବର ସାହି କୋଠଘରର ଭିତ୍ତି ପ୍ରସ୍ତର କରାଯାଇଛି। କାର୍ଯ୍ୟକ୍ରମରେ କଣିହାଁ ବ୍ଲକ ବିଜେଡି ସଭାପତି କୈଳାଶ ଚନ୍ଦ୍ର ସାହୁ, ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ସୁବାସ ଚନ୍ଦ୍ର ମହାନ୍ତି, ପର୍ଶୁରାମ ବିଶ୍ୱାଳ, ରବି ଚନ୍ଦ୍ର ରାଉତ, ଅବନୀକାନ୍ତ ଦେହୁରୀ, କୈଳାଶ ସାହୁ, ବିରଞ୍ଚି ନାରାୟଣ ସାହୁ, ଧ୍ରୁବଚରଣ ବିଶ୍ୱାଳ, ନିରୋଜ ପ୍ରଧାନ, ଧନେଶ୍ୱର ବିଶ୍ୱାଳ, ପ୍ରବୀଣ ବେହେରା, ଦେବରାଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply