ବଲବିନ୍ଦର ସିଂହଙ୍କୁ ଅନୁଗୁଳ ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ୱ

You are currently viewing ବଲବିନ୍ଦର ସିଂହଙ୍କୁ ଅନୁଗୁଳ ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ୱ

ଅନୁଗୁଳ/ତାଳଚେର: ବରିଷ୍ଠ ବିଜେପି ନେତା ତଥା ତାଳଚେର ପୌର ମଣ୍ଡଳର କାର୍ଯ୍ୟକାରିଣୀ ସଦସ୍ୟ ବଲବିନ୍ଦର ସିଂହଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ଅବସରପ୍ରାପ୍ତ କୋଇଲା ଖଣିର କର୍ମଚାରୀ ତଥା ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ବଲବିନ୍ଦରଙ୍କୁ ଅନୁଗୁଳ ଜିଲ୍ଲା ବିଜେପିର ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା ଉପ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି ବୋଲି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି। ଆଜି ତାଳଚେର ଦେଉଳବେଡା ଠାରେ ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ ସଂଖ୍ୟାଲଘୁ ମୋର୍ଚ୍ଚାର ନୂତନ ଜିଲ୍ଲା ଉପସଭାପତି ଶ୍ରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏ ଅବସରରେ ବିଜେପି ଅନୁଗୁଳ ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ସୋମନାଥ ରାଉତ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply