ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡଃ. ଦେବେନ୍ଦ୍ର ପ୍ରଧାନଙ୍କର ବିୟୋଗରେ ତାଳଚେରରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି। ସମଗ୍ର ଦେଶରୁ ବିଭିନ୍ନ ଅଞ୍ଚଳରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରାକ୍ତନ ମନ୍ତ୍ରୀ, ବିଧାୟକ, ସାଂସଦ, ବିଜେପି ସାଙ୍ଗଠନିକ ନେତୃତ୍ୱ, ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି, ବିଭିନ୍ନ ସଂଗଠନର ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ତାଳଚେର ଆସି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମଙ୍ଗଳବାର ଡ. ପ୍ରଧାନଙ୍କ ଦେହାବସାନର ନବମ ଦିନରେ ତାଙ୍କର ତାଳଚେର ହାଣ୍ଡିଧୂଆଁ ନିବାସ ଲୋକାରଣ୍ୟ ହୋଇ ଉଠିଥିଲା।
ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।
ସେହିପରି କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଆସି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଂସଦ ବିପ୍ଳବ ଦେବ ମଧ୍ୟ ଆସି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସାଂସଦ ତଥା ଶିଳ୍ପପତି ନବୀନ ଜିନ୍ଦଲ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିହାରର ନଗର ଉନ୍ନୟନ ମନ୍ତ୍ରୀ ଜିବେଶ କୁମାର ଓ ଜଳ ଯୋଗାଣ ମନ୍ତ୍ରୀ ନିରଜ ସିଂହ ବବଲୁ, ସାଂସଦ କିରନ ଚୌଧୁରୀ, ସାଂସଦ କାର୍ତ୍ତିକ ଶର୍ମା, ସାଂସଦ ଡ଼ଃ ଅନିଲ ଗୁପ୍ତା, ସାଂସଦ ଧର୍ମବୀର ସିଂହ ଚୌଧୁରୀ, ଏମ ଏଲ ସି ଅଶୋକ କାଟରିଆ,ଏମ ଏଲ ସି ଶରତ ଗର, ବିଧାୟକ ଯୋଗେନ୍ଦ୍ର ରାଣା, ସିନିୟର ଲିଡର ବିଜେପି ସୁଦର୍ଶନ ସୋଲାଙ୍କି, ସିନିୟର ଲିଡର ବିଜେପି ଅଶୋକ ଗୁଜରଙ୍କ ସମେତ ଶତାଧିକ ବିଜେପିର ସାଙ୍ଗଠନିକ କର୍ମକର୍ତ୍ତା ରାଜ୍ୟ ବାହାରୁ ଆସି ଡ. ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ମା’ ବସନ୍ତ ମଞ୍ଜରୀ ପ୍ରଧାନ, କେନ୍ଦ୍ରମନ୍ତ୍ରୀଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ, କେନ୍ଦ୍ରମନ୍ତ୍ରୀଙ୍କ ବଡ଼ଭାଇ ସୌମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ସମବେଦନା ଜଣାଇ ଥିଲେ।
ଏ ଅବସରରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସଂପାଦକ ସୀମାଞ୍ଚଳ ଖଟେଇ ଓ ସାରଦା ପ୍ରସାଦ ଶତପଥୀ, ସଂଘର ଜିଲ୍ଲା କାର୍ଯ୍ୟବାହ ଅନିଲ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ବରିଷ୍ଠ ନେତା କାଳନ୍ଦି ସାମଲ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଜୋନାଲ ମିଡିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।