ଆଇନ ସଚେତନତା ଶିବିର ଅନୁଷ୍ଠିତ

You are currently viewing ଆଇନ ସଚେତନତା ଶିବିର ଅନୁଷ୍ଠିତ

ଅନୁଗୁଳ: ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୁଳ ତରଫରୁ ୧୫ ସେପ୍ଟେମ୍ବର ୨୦୨୫ରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ବଡକେରାଠାରେ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର କ୍ରାଇମ, ସାଇବର ଆଇନ ଓ ଯୌନ ଅପରାଧରୁ ସୁରକ୍ଷା ଆଇନ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଓ ଦୌରା ଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ନିର୍ଦେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚିବ କମଳାକାନ୍ତ ନାୟକ, ବନ୍ତଳା ଥାନା ଅଧିକାରୀ ନଟବର ନନ୍ଦ, ସଦସ୍ୟ ପରମାନନ୍ଦ ମିଶ୍ର, ସରପଞ୍ଚ, ପ୍ରଧାନଶିକ୍ଷକ ନରେନ୍ଦ୍ର କୁମାର ବିଶ୍ୱାଳ ଓ ଶିକ୍ଷକ ସୁଧୀର କୁମାର ରଥ ଉପସ୍ଥିତ ଥିଲେ।

ଅତିଥିମାନେ ସାଇବର କ୍ରାଇମ ଓ ସୋସିଆଲ ମିଡିଆର ଦୁରୁପଯୋଗ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଯୌନ ଅପରାଧରୁ ସୁରକ୍ଷା ଆଇନ, ଦୋଷୀଙ୍କୁ ଦଣ୍ଡ ଓ ପୀଡ଼ିତଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମଟି ସଚିବ କମଳାକାନ୍ତ ନାୟକ ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply