୧୦ ଟଙ୍କା ବଢ଼ିଲା ଦେଶୀ ମଦ ଓ ବିୟର ଦାମ୍, ୬୦ରୁ ବଢ଼ି ୭୦ ଟଙ୍କା ହେଲା ଆସ୍କା-୪୦

You are currently viewing ୧୦ ଟଙ୍କା ବଢ଼ିଲା ଦେଶୀ ମଦ ଓ ବିୟର ଦାମ୍, ୬୦ରୁ ବଢ଼ି ୭୦ ଟଙ୍କା ହେଲା ଆସ୍କା-୪୦

ଭୁବନେଶ୍ବର: ବଢ଼ିଲା ଦେଶୀ ମଦ ଓ ବିୟର ଦାମ୍। ଆସ୍କା-୪୦ ଓ ବିୟର୍‌ ଦାମ୍ ୧୦ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବିୟର୍ ଦର ବୋତଲ ପିଛା ୧୦ ଟଙ୍କା ବଢ଼ିଥିବା ବେଳେ ଏବେ ଆସ୍କା-୪୦ର ଦାମ୍‌ ୬୦ ଟଙ୍କାରୁ ୭୦ ଟଙ୍କା ହୋଇଛି। ଗତ ଡିସେମ୍ବର ୧ରୁ ଏହି ବର୍ଦ୍ଧିତ ଦାମ୍‌ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜସ୍ବ କ୍ଷତିକୁ ଦେଖି ପ୍ରାଇସ୍ ଫ୍ରିକ୍ସେସନ୍ କମିଟି ରିପୋର୍ଟ ଆଧାରରେ ଦର ବୃଦ୍ଧି ହୋଇଥିବା ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୦ ମିଲି ଦେଶୀ ମଦ ଆସ୍କା ୪୦ର ମୂଲ୍ୟ ପୂର୍ବରୁ ୬୦ ଟଙ୍କା ଥିବା ବେଳେ ଏହାର ଦର ବୃଦ୍ଧି ନେଇ ବିଧାନସଭାରେ ଦାବି କରିଥିଲେ ଆସ୍କା ବିଧାୟକ ସରୋଜ ପାଢୀ। ଶେଷଥର ପାଇଁ ୨୦୧୯ରେ ଆସ୍କା ୪୦ର ମୂଲ୍ୟ ବୃଦ୍ଧି କରାଯାଇଥିବା ବେଳେ ୫ ବର୍ଷ ହେଲା ଆସ୍କା-୪୦ ମଦ ଦର ବଢ଼ିନାହିଁ ବୋଲି ସେ କହିଥିଲେ।

ଗତ ଡିସେମ୍ବର ୨୪ ତାରିଖରେ ମୂଲ୍ୟ ନିର୍ଦ୍ଧାରଣ କମିଟି ପକ୍ଷରୁ ହୋଇଥିବା ବୈଠକରେ ଆସ୍କା ୪୦ ସହ ବିୟରର ଦର ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିସହିତ ବୈଠକରେ ଦର୍ଶାଯାଇଥିଲା ଯେ, ବିଦେଶୀ ମଦ ଅପେକ୍ଷା ବିୟର ଓ କେନର ଚାହିଦା ବଢୁଥିବା ବେଳେ ମଦ ନିଗମ ପାଖରେ ୯ ଲକ୍ଷ ବିୟର ପେଟି ରହିଛି । ରେଟ ବଢିଲେ ଏଥିରୁ ପାଖାପାଖି ସରକାର ୯୦ କୋଟି ଟଙ୍କା ସରକାର ଲାଭ ପାଇବେ, ଯାହା ରାଜ୍ୟ ରାଜସ୍ବ ବଢ଼ାଇବ ବୋଲି କୁହାଯାଉଥିଲା।

Share

Leave a Reply