ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଗଣଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ

You are currently viewing ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଗଣଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଟାଙ୍ଗିରିସାହିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଆଜି ଗଣଧାରଣା ଦେଇଛନ୍ତି। ଏହି ସ୍କୁଲରେ ୧୬୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୭ ଜଣ ଶିକ୍ଷକ ଅଛନ୍ତି। ୪ ମାସ ହେବ ବିଦ୍ୟାଳୟରୁ ୩ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ହେତୁ ୪ ଜଣ ଶିକ୍ଷକରେ ୮ ଟି ଶ୍ରେଣୀର ପିଲାଙ୍କୁ ପଢ଼ାଇବା ସମ୍ଭବ ନୁହେଁ। ସେମାନଙ୍କ ମଧ୍ୟରୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟର କାଗଜ ପତ୍ର କାମରେ ବ୍ୟସ୍ତ ଥିବାରୁ ବାକି ୩ ଜଣ ପାଠ ପଢ଼ାଉଛନ୍ତି।

ଏଣୁ ପିଲାଙ୍କୁ ଠିକ ଶିକ୍ଷାଦାନ ପାଇଁ ଗତ ଅଗଷ୍ଟ ୨୯ରେ ଗାଁ ଲୋକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ। ପରେ ପୁଣି ଅକ୍ଟୋବର ୧୭ରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ସେହିଦିନ ଜିଲ୍ଲାପାଳଙ୍କ ସମ୍ମୁଖରେ ଜିଲ୍ଲା ଶିକ୍ଷା ଅଧିକାରୀ ୭ ଦିନ ଭିତରେ ଏହି ପଦବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ଯାଏଁ ଶିକ୍ଷକ ନିଯୁକ୍ତ ନ ହେବାରୁ ଆଜି ବାଧ୍ୟ ହୋଇ ସ୍କୁଲ୍ ତାଲା ପକାଇବା ସହ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମିଶି ବିଦ୍ୟାଳୟ ସମ୍ମୁଖରେ ଗଣଧାରଣା ବସିଛନ୍ତି। ଶିକ୍ଷକ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦେବାକୁ ଅଭିଭାବକ ଚେତାବନୀ ଦେଇଛନ୍ତି।

Share

Leave a Reply