ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଶନିବାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକଅଦାଲତରେ ୭୭୯୩ଟି ପ୍ରାକ ମୋକଦ୍ଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୭୧ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ ୨୩ଲକ୍ଷ ୩୫ହଜାର ୨୦୯ଟଙ୍କାରେ ସମାଧାନ କରାଯାଇଛି। ୪ଟି ଟେଲିଫୋନ ବିଲ ସମ୍ପର୍କିତ ମାମଲା ଓ ୧୮ଟି ଜନ ଉପଯୋଗୀ ସେବା ମାମଲାର ଫଇସଲା କରାଯାଇଥିଲା। ସେହିପରି ୧୩୭୫ଟି ବିଚାରଧିନ ମାମଲାର ଫଇସଲା କରାଯାଇଥିଲା। ସେଥିଧ୍ୟରୁ ୪୫ଟି ମୋଟର ଜାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୨କୋଟି ୪୩ଲକ୍ଷ ୩୬ହଜାର ୪୩୯ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୨୦ଟି ଚେକ ବାଉନ୍ସ ମାମଲାର ବିଚାର କରାଯାଇ ୩୩ଲକ୍ଷ ୫୦ହଜାର ୩୭୩ ଟଙ୍କାରେ ସମାଧାନ କରାଯାଇଥିଲା। ୫୬ଟି ଦେୱାନୀ ମାମଲାର ସମାଧାନ କରାଯାଇଥିଲା। ୩୯ଟି ବିଚାରଧିନ ବ୍ୟାଙ୍କ ସମ୍ପର୍କିତ ମାମଲା, ୧୫ଟି ପାରିବାରିକ ମାମଲା(ଛାଡପତ୍ର ବ୍ୟତୀତ), ୨୫୭ଟି ଫୌଜଦାରୀ, ୯୨୩ଟି ରାଜସ୍ବ ମାମଲା, ୨୦ଟି ଖାଉଟି ବିବାଦ ସମ୍ପର୍କିତ ମାମଲାର ସମାଧାନ କରାଯାଇଥିଲା। ଏହି ଲୋକ ଅଦାଲତରେ ତାଳଚେର, ଆଠମଲିକ, ପାଲଲହଡା, ଛେଣ୍ଡିପଦା ଓ ବଅଁପାଳ ଆଦି ଅଦାଲତ ଗୁଡିକ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରୀୟ ସ୍ପେସିଆଲ ଜଜ୍ ଭିଜିଲାନ୍ସ ଅନୁଗୁଳଙ୍କ ତତ୍ତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତଟି ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୁଳ ଅଦାଲତର ବିଚାରପତିମାନେ, ସରକାରୀ ଓକିଲ, ଅନୁଗୁଳ କୋର୍ଟର ଆଇନଜୀବୀ, ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନସେବା ପ୍ରାଧ୍ଵକରଣ ସଚିବ ପରିଚାଳନା କରିଥିଲେ।
ନୂଆ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ
- Post published:February 12, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray

Tags: Angul