କଲେଜ କ୍ୱାର୍ଟରରୁ ଲୁଟ୍ ମାମଲା: ଚୋରି ସାମଗ୍ରୀ ଜବତ, ୭ଙ୍କୁ କୋର୍ଟଚାଲାଣ କଲା ପୋଲିସ

You are currently viewing କଲେଜ କ୍ୱାର୍ଟରରୁ ଲୁଟ୍ ମାମଲା: ଚୋରି ସାମଗ୍ରୀ ଜବତ, ୭ଙ୍କୁ କୋର୍ଟଚାଲାଣ କଲା ପୋଲିସ

ଅନୁଗୁଳ: ଅନୁଗୁଳ କଲେଜ କ୍ୱାର୍ଟରରୁ ଚୋରି ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ନଗଦ ଟଙ୍କା ସହ ଜିନିଷ ଜବତ କରାଯାଇଛି।

ସୂଚନା ମୁତାବକ, ଭାନୁପ୍ରିୟା ନନ୍ଦ ଅନୁଗୁଳ କଲେଜ କ୍ଵାର୍ଟର ନମ୍ବର ଏଚ ଇ ୩୨ରେ ରୁହନ୍ତି। ସେ ଗତ ତିନିଦିନ ତଳେ ନିଜ ଗାଁକୁ ଯାଇଥିଲେ। ମଙ୍ଗଳବାର ଦିନ ସେ କ୍ଵାର୍ଟରକୁ ଫେରି ଆଜବେଷ୍ଟସ ଭାଙ୍ଗି କେହି ଜିନିଷ ଚୋରି କରିଥିବା ଦେଖିଥିଲେ। ତାଙ୍କ ଆଲମିରାରୁ ଟଙ୍କା, ବହୁ ଦାମୀ ଶାଢ଼ୀ ସମେତ ଘରେ ଥିବା ଆହୁରି ଅନେକ ଜିନିଷ ଚୋରି ହୋଇଥିଲା। ଏ ନେଇ ସେ ଅନୁଗୁଳ ପୋଲିସରେ ଲିଖିତ ଏତଲା ଦେବା ପରେ ପୋଲିସ ତଦନ୍ତ କରି କଲେଜ କଲୋନୀରେ ରହୁଥିବା ବସନ୍ତ ଗୋଛାୟତ, ହାକିମ ପଡାର ସୌମ୍ୟ ରଞ୍ଜନ ଓଝା, ହାକିମପଡାର ପ୍ରକାଶ ନାଏକ, କାଣ୍ଡସରର ହାଡିବନ୍ଧୁ ବେହେରା, ପ୍ରଶାନ୍ତ ବେହେରା, ପ୍ରମୋଦ ଗୋଛାୟତ, କୁପନ ଗୋଛାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply