ଅନୁଗୁଳ: ଦିନ ଦ୍ଵିପ୍ରହରରେ ବନ୍ଧୁକ ଏବଂ ଖଣ୍ଡା ଦେଖାଇ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ସହ ମଦ ଲୁଟ୍। ଅନୁଗୁଳ ଜିଲ୍ଲା ଗୁରୁଜାଙ୍ଗ ଠାରେ ଥିବା ବିଦେଶୀ ମଦ ଦୋକାନରୁ ଏଭଳି ଲୁଟ କରିଛନ୍ତି ୩ ଜଣ ଦୁର୍ବୃତ୍ତ।
ସୂଚନା ଅନୁସାରେ, ତିନି ଜଣ ଦୁର୍ବୃତ୍ତ ହେଲମେଟ ଓ ମାସ୍କ ପିନ୍ଧି ବାଇକରେ ଆସି ବନ୍ଧୁକ – ଭୁଜାଲି ଧରି ବିଦେଶୀ ମଦ ଦୋକାନରେ ପଶିଥିଲେ। ପାଖାପାଖି ୧୦ ରୁ ୧୫ ମିନିଟ ଯାଏଁ ସେମାନେ ଆତଙ୍କ ଖେଳାଇଥିଲେ। ଦୋକାନ ଭିତରେ କ୍ୟାସିଅରକୁ ଧମକ ଦେବା ସହ ସେମାନେ ଦେଢ଼ ଲକ୍ଷ ଟଙ୍କା ଓ ମଦ ନେଇ ଚମ୍ପଟ ମାରିଛନ୍ତି। ଏହି ଲୁଟ ବେଳର ସମସ୍ତ ଚିତ୍ର ଏବେ ସିସିଟିଭିରେ କଏଦ ହୋଇଛି। ମଦ ଦୋକାନ ପକ୍ଷରୁ ତାଳଚେର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ଗୋଡିବନ୍ଧ ଫାଣ୍ଡିର ୫ ଶହ ମିଟର ଦୂରତା ଭିତରେ ମଦ ଦୋକାନ ରହିଥିବା ବେଳେ ଏଭଳି ଲୁଟ ଘଟଣା ସାଧାରଣରେ ଆଲୋଚନାର ପ୍ରସଙ୍ଗ ହୋଇଛି।