ନାଳରେ ନାହିଁ ପାଣି: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ

You are currently viewing ନାଳରେ ନାହିଁ ପାଣି: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ

ଅନୁଗୁଳ: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ। ପାଣି ଅଭାବରୁ ଚାଷୀ ହାତ ବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର, ପୋକତୁଙ୍ଗା, ଶଙ୍ଖପୁର,ଧୋକୁଟା ଆଦି ୪ଟି ପଞ୍ଚାୟତର ଚାଷୀମାନେ ମୁଖ୍ୟତଃ ବଉଳି ମାଇନର ଇରିଗେସନ ପ୍ରକଳ୍ପ ଉପରେ ନିର୍ଭର କରିଥାନ୍ତି।

ମାତ୍ର ଏବର୍ଷ ନିର୍ଦ୍ଧାରିତ ସମୟରେ ବର୍ଷା ହୋଇନଥିବାରୁ ବଉଳି ନାଳରେ ପାଣିର ଅଭାବ ଦେଖା ଦେଇଛି। ଫଳରେ ଜମି ଶୁଖି ଆଁ କରିଛି। ଧାନତଳି ମରିବା ଅବସ୍ଥାରେ। ଏଣୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀ ଅରୂପା ନନ୍ଦ ଦେହୁରୀ, ନିଶାନାଥ ଦେହୁରୀ, ବ୍ରଜବନ୍ଧୁ ପ୍ରଧାନ, ପ୍ରମୋଦ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ଜୟନ୍ତ ପ୍ରଧାନ, ନିରଞ୍ଜନ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଜଳସେଚନ ସୁବିଧା କରିବାକୁ ଦାବି କରିଛନ୍ତି।

ସେହିପରି ବାରଗୌଣିଆ, ତଳଗଡ଼, ଖିଣ୍ଡା, ଗଡ଼ତରାସ, ବନ୍ତଳା, ବେଡ଼ା ଶାସନ ଆଦି ପଞ୍ଚାୟତରେ ବର୍ଷା ଅଭାବରୁ ଶହ ଶହ ଏକର ଅଣଜଳସେଚିତ ଚାଷଜମି ଚାଷ ନହୋଇ ପଡ଼ିଆ ରହିଛି। ଏଣୁ ଚାଷୀକୁଳ ହତାଶ।

Share

Leave a Reply