ଚମକିଲେ ଅନୁଗୁଳ ପୁଅ : ହେଲିକପ୍ଟର ପାଇଲଟ ଟ୍ରେନିଂରେ ଦେଶରେ ପ୍ରଥମ ସତୀଶରାଜ

You are currently viewing ଚମକିଲେ ଅନୁଗୁଳ ପୁଅ : ହେଲିକପ୍ଟର ପାଇଲଟ ଟ୍ରେନିଂରେ ଦେଶରେ ପ୍ରଥମ ସତୀଶରାଜ

ଅନୁଗୁଳ: ପିଲାଦିନେ ସ୍ୱପ୍ନ ଥିଲା ବଡ ହେଲେ ଦେଶ ମାତୃକାର ସେବା କରିବି। ସେ ସ୍ୱପ୍ନ ପୂରଣ ହେଲା ୨୦୧୫ ମସିହାରେ ଯେତେବେଳେ ପିଲାଟି ଏନଡିଏ ପରୀକ୍ଷା ରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଲା। ଆମେ କହୁଚୁ ହେମସୁରପଡା ନିବାସୀମ ମତାମୟୀ ପ୍ରଧାନ ଓ ଚିତ୍ତ ରଞ୍ଜନ ପ୍ରଧାନଙ୍କ ସୁପୁତ୍ର ସତୀଶରାଜ୍ ପ୍ରଧାନଙ୍କ କଥା।

ସେ ଭାରତୀୟ ନୌସେନାରେ ଜଣେ ଯୁବ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରତ। ନୌସେନାରେ ପ୍ରାଥମିକ ତାଲିମ ପରେ ଏବେ ସେ ଚର୍ଚାରେ ଅଛନ୍ତି। ଗତ ଶୁକ୍ରବାର ତାମିଲନାଡୁର ଆଇଏନଏସ ରାଜାଲି ନାଭାଲ ଏଆର ଷ୍ଟେସନରେ ୯୯ ଏଚସିସି କୋର୍ସର ଦୀକ୍ଷାନ୍ତ ସମାରୋହରେ ଲେଫ୍ଟନାଣ୍ଟ ସତୀଶରାଜ୍ ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଦେଶର ସର୍ବଶ୍ରେଷ୍ଠ ନୌସେନା ଅଫିସର ଭାବେ ରିଅର ଆଡ଼ମିରାଲ ବିକ୍ରମ ମେନନଙ୍କ ଠାରୁ ଟ୍ରଫି ଓ ମାନ ପତ୍ର ଗ୍ରହଣ କରିଥିଲେ।

ଦେଶ ନୌସେନା ଇତିହାସରେ ପ୍ରଥମ ଥର ପାଇଁ ନୌସେନା ଅଧିକାରୀଙ୍କୁ ଷ୍ଟେଜ ୱାନ ୨୨ ସପ୍ତାହର ପାଇଲଟ ଟ୍ରେନିଂରେ ଶ୍ରେଷ୍ଠତ୍ଵ ପାଇଁ ସତୀଶଙ୍କୁ କେରଳ ରାଜ୍ୟପାଳଙ୍କ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଛି। ଟ୍ରେନିଂ ପରେ
ସତୀଶଙ୍କୁ ଆଣ୍ଡାମାନ ନୌସୀମା ସୁରକ୍ଷା ଦାୟିତ୍ୱ ଦିଆଯାଇଛି।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ସତୀଶ ପ୍ରାଥମିକ ଶିକ୍ଷା ଲିଟିଲ ହାର୍ଟସରୁ ଲାଭ କରିଥିବାବେଳେ ଭୁବନେଶ୍ୱର ୮ ନମ୍ବର ଡିଏଭିରୁ ଯୁକ୍ତ ଦୁଇ ପାସ କରିଥିଲେ। ସତୀଶଙ୍କ ପିତା ଚିତ୍ତରଞ୍ଜନ ପ୍ରଧାନ ତାଳଚେର ପୌରପାଳିକାର ଜଣେ ବରିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟରତ ।

Share

Leave a Reply