ଛେଣ୍ଡିପଦା: ଅନଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ପରା ଗ୍ରାମ ବାଉରୀ ନାଳ ଉପର ମୁଣ୍ତରେ ଥିବା ମୁଣ୍ଡିଆରେ ଏକ ଦନ୍ତାର ମୃତ ଦେହ ଠାବ ହୋଇଛି। ହାତୀର ବୟସ ଜଣାପଡ଼ିନଥିବା ବେଳେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଶନିବାର ସକାଳେ ପରା ଗ୍ରାମର କିଛି ଲୋକ ମୁଣ୍ଡିଆକୁ ଯିବା ବେଳେ ସେଠାରେ ଏକ ଦନ୍ତା ହାତୀ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ତୁରନ୍ତ ଜରପଡ଼ା ବନ ବିଭାଗକୁ ଦେଇଥିଲେ। ଖବର ପାଇ ଅନୁଗୁଳ ଡିଏଫଓ ଘଟଣାସ୍ଥଳକୁ ପହଞ୍ଚିଥିଲେ ମଧ୍ୟ ସନ୍ଧ୍ୟା ହୋଇଯାଇଥିବାରୁ ହାତୀର ବ୍ୟବଚ୍ଛେଦ ହୋଇପାରିନାହିଁ। ହାତୀ ନିକଟରେ ବନ ବିଭାଗ କର୍ମଚାରୀମାନେ ଜଗି ରହିଛନ୍ତି।
ହାତୀଟି ଶିକାରୀଙ୍କ ବିଦ୍ୟୁତ୍ ଫାଶରେ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ। ପ୍ରକାଶ ଯେ ମୃତ ଦନ୍ତା ହାତୀଟି ୪ରୁ ୫ ବର୍ଷ ହେବ ଏହି ଅଞ୍ଚଳରେ ରହୁଥିଲା।











