ଅନୁଗୋଳ: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ଚଳିତ ବର୍ଷ +୩ ନାମଲେଖା ପାଇଁ ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏକ ‘ସହାୟତା କେନ୍ଦ୍ର’ (Help Desk) ଖୋଲାଯାଇଛି।
ଏହି କେନ୍ଦ୍ରକୁ ପୂର୍ବତନ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଜରିଆରେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପ୍ରିଣ୍ଟ ଆଉଟ୍, ଜେରକ୍ସ ସୁବିଧା, SAMS ପୋର୍ଟାଲ ସହାୟତା ଓ CAF ଦାଖଲ ସମ୍ବନ୍ଧୀୟ ସମସ୍ତ ମାର୍ଗଦର୍ଶନ ମିଳୁଛି। ଏହାଛଡ଼ା ପାନୀୟ ଜଳ ଓ ଆଶ୍ରୟସ୍ଥଳର ବ୍ୟବସ୍ଥା ମଧ୍ୟ କରାଯାଇଛି।
ବିଜୁ ଯୁବ ଜନତା ଦଳର ସଭାପତି ଅରୁଣାଭ ସିଂହଙ୍କ ନେତୃତ୍ୱରେ ପରିଚାଳିତ ଏହି କେନ୍ଦ୍ରଟି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଉଦ୍ଘାଟନ ସମୟରେ ବିଜେଡିର ବହୁ ବରିଷ୍ଠ ନେତା, ଜିଲ୍ଲା କର୍ମକର୍ତ୍ତା ଏବଂ ଛାତ୍ର ନେତାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟାକୁ ସହଜ କରିବା ପାଇଁ ଦଳର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।











