ଅନୁଗୁଳ: ଅନୁଗୁଳ ଅମଲାପଡା ମା’ ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ମାଟି ଅନୁକୂଳ ହୋଇଯାଇଛି। ଏ ଅବସରରେ ପାରମ୍ପରିକ ନୀତିକାନ୍ତି ସହ ପୂଜାର୍ଚନା ହୋମ ଆଦି ଅନୁଷ୍ଠିତ ହୋଇଥିଲା। ସାହିର ବରିଷ୍ଠ ନାଗରିକ ବନ ବିହାରୀ ପଟନାୟକ କର୍ତ୍ତା ଭାବେ ପୂଜା କାର୍ଯ୍ୟକ୍ରମ ତୁଲାଇଥିଲେ। ମାଟି ଅନୁକୂଳ ପରେ କଟକର କାରିଗର ମାନେ ମୂର୍ତ୍ତି ନିର୍ମାଣ ଆରମ୍ଭ କରିବେ। ଏହି ମାଟି ଅନୁକୂଳ କାର୍ଯ୍ୟକ୍ରମରେ ପୂଜା କମିଟି ସଭାପତି ଶକ୍ତି ପ୍ରସାଦ ପଟନାୟକ, ସମ୍ପାଦକ ଅନୁପ କୁମାର ମହାନ୍ତି, ଉପ ସଭାପତି ରଶ୍ମି ରଞ୍ଜନ ପ୍ରଧାନ, ସହ ସମ୍ପାଦକ ଗୋପାଳ ଚନ୍ଦ୍ର ପଟନାୟକଙ୍କ ସମେତ ପ୍ରଦୀପ କୁମାର ଦେବତା, ଅମନ, ବିକି, ଅମିତ, ରୋଶନ ପ୍ରମୁଖ ଉପସ୍ଥିତ ଥିଲେ।
ମା’ ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ମାଟି ଅନୁକୂଳ
- Post published:March 16, 2025
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Biswaranjan Pattnaik

Tags: Angul