ଅନୁଗୁଳ: କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ କପିଳେଶ୍ୱର ମନ୍ଦିର ସମ୍ମୁଖରେ ଅବସ୍ଥିତ ମା’ ବାଟ ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ମାଆଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସର୍ବସାଧାରଣ ଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା। ପୂର୍ବାହ୍ନରେ ମାଆଙ୍କ ବାର୍ଷିକ ହୋମଯଜ୍ଞ ନୀତି ଆରମ୍ଭ ହୋଇଥିଲା।
ଆଖଣ୍ଡଳମଣି ମନ୍ଦିରର ମୁଖ୍ୟ ଉପଦେଷ୍ଟା ସେବକ ଆକୁଳ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ହୋମ ଯଜ୍ଞ କାର୍ଯ୍ୟ ପୂଜକ ଅନନ୍ତ ଚରଣ ମିଶ୍ର ଓ ଦିବ୍ୟାଲୋଚନ ଆଚାର୍ଯ୍ୟ ସମ୍ପନ୍ନ କରିଥିଲେ। ଜେୟସ ଧାବଲିଆ ଓ ତାଙ୍କ ସହଧର୍ମିଣୀ ଆଲଫା ଧାବଲିଆ ଯଜ୍ଞ କର୍ତ୍ତା ଦାୟୀତ୍ବ ନିର୍ବାହ କରିଥିଲେ। ମଧ୍ୟାହ୍ନରେ ପୂର୍ଣ୍ଣାହୂତି ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଆଖଣ୍ଡଳମଣି ମନ୍ଦିର ଠାରେ ଅନ୍ନ ପ୍ରସାଦ ପ୍ରଦାନ କରାଯାଇଥିଲା। ଆଖଣ୍ଡଳମଣି ମନ୍ଦିର ଓ କପିଳେଶ୍ୱର ମନ୍ଦିର ପରିଚାଳନା କମିଟିର ମିଳିତ ଆନୁକୂଲ୍ୟରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।



