ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ରବିବାର ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଯାଇଛି । ଚଳିତ ବର୍ଷ କରୋନା କଟକଣା ନଥିବାରୁ ଯାତ୍ରାରେ ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ପ୍ରତ୍ୟୁଷରୁ ଗ୍ରାମବାସୀ ଓ ଦେହୁରୀଙ୍କ ସହଯୋଗରେ ଯଥା ରୀତିନୀତି ପରମ୍ପରା ଅନୁଯାୟୀ ପ୍ରଥମେ ମା ହିଙ୍ଗୁଳା ମନ୍ଦିର, ବନଦୁର୍ଗା ମନ୍ଦିର, ପଥରପୁଞ୍ଜି, ଜଗନ୍ନାଥ ମନ୍ଦିର ଓ ହନୁମାନଙ୍କ ବିଗ୍ରହରେ ପୂଜାର୍ଚ୍ଚନା କରାଯାଇଥିଲା। ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ଯାତ୍ରା ସ୍ଥଳରେ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ, ଥଣ୍ଡା ପାନୀୟ ଜଳ ଆଦି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଯାତ୍ରାରେ ଗ୍ରାମର ମୁଖ୍ୟ ବେହେରା ଶ୍ରୀନିବାସ ସାହୁ, ଗ୍ରାମ ସଭାପତି ଚୈତନ୍ୟ ସାହୁ, ସମ୍ପାଦକ ରମେଶ ଚନ୍ଦ୍ର ସାହୁ ସରପଞ୍ଚ ରଶ୍ମିତା ପ୍ରଧାନ, ସମିତିସଭ୍ୟ ଦୀପକ କୁମାର ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଘାସିରାମ ସାହୁ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଲୋକନାଥ ସାହୁ, ବାସୁଦେବ ସାହୁ, ଜୀଶୁ ସାହୁ ପ୍ରମୁଖଙ୍କ ସମେତ ସମସ୍ତ ସାହି ବେହେରା, ପୂଜା କମିଟି କର୍ମକର୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାର୍ଷିକ ପୂଜା ପରିଚାଳିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀଚରଣ ମହାନ୍ତିଙ୍କ ଦ୍ଵାରା ଭଜନ ସମାରୋହର ଆୟୋଜନ କରାଯାଇଥିଲା। ଛେଣ୍ଡିପଦା ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ନିମନ୍ତେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
ମା’ବାୟାଣୀ ଯାତ୍ରାରେ ୫୦ ହଜାର ଭକ୍ତଙ୍କ ସମାଗମ
- Post published:April 4, 2022
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Sanjeeb Biswal
