ମା’ ଗ୍ରାମେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା: ଯୋଗଦେଲେ ବିଧାୟକ ବ୍ରଜକିଶୋର ପ୍ରଧାନ

You are currently viewing ମା’ ଗ୍ରାମେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା: ଯୋଗଦେଲେ ବିଧାୟକ ବ୍ରଜକିଶୋର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡ଼ା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା’ ଗ୍ରାମେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଛି। ଏ ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ଅଞ୍ଚଳର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି ମହୋତ୍ସବରେ ବିଧାୟକଙ୍କ ସମେତ ୧୮ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଅମିୟ ପ୍ରଧାନ, ବଡ଼ଯୋରଡ଼ା ସରପଞ୍ଚ ଜିତେନ୍ କୁମାର ବେହେରା ଏବଂ ସମିତି ସଭ୍ୟ ବିକ୍ରମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରତିଷ୍ଠା ଉତ୍ସବ ପଛରେ ସମାଜସେବୀ ବିଦେଶୀ ଦେହୁରୀଙ୍କ ମହାନତାକୁ ସମସ୍ତେ ପ୍ରଶଂସା କରିଛନ୍ତି। ସେ ଗ୍ରାମ୍ୟ କମିଟିର ସ୍ୱାର୍ଥ ତଥା ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ଦୁଇ ବର୍ଷ ପୂର୍ବେ ନିଜର ୮୧ ଡେସିମିଲ୍ ଭିଟାମାଟିକୁ ପ୍ରଶାସନ ଜରିଆରେ ପ୍ରଦାନ କରିଥିଲେ। ନିଜର ସେହି ପୈତୃକ ସ୍ଥାନରେ ଆଜି ମା’ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ଶ୍ରୀ ଦେହୁରୀ ଅତ୍ୟନ୍ତ ଭାବବିହ୍ୱଳ ହେବା ସହ ଖୁସି ବ୍ୟକ୍ତ କରିଛନ୍ତି। ଗ୍ରାମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ ଓ ଶ୍ରଦ୍ଧାଳୁଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ଶେଷ ହୋଇଛି।

Share

Leave a Reply