ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଚଳିତ ମାର୍ଚ୍ଚ ମାସ ୨୨ ତାରିଖ ଦିନ ଗୋପାଳପ୍ରସାଦସ୍ଥିତ ମା’ କୁଟେଇଶୁଣୀ ପୀଠ ପରିସରରେ ଅନୁଷ୍ଠିତ ହେବ। ଏହି ପବିତ୍ର ଦିନରେ ମା’ଙ୍କ ଚଳନ୍ତି ପ୍ରତିମା ‘ଆଲମ’କୁ ଏକ ଭବ୍ୟ ଶୋଭାଯାତ୍ରାରେ ମଣ୍ଡପକୁ ଅଣାଯାଇ ଶାବର ମତରେ ପୂଜାର୍ଚ୍ଚନା ଓ ମାର୍ଜନା କରାଯିବାର ବିଧି ରହିଛି। ପାରମ୍ପରିକ ରୀତିନୀତି ଅନୁଯାୟୀ, ପତିଆରଙ୍କ ମାଧ୍ୟମରେ ମା’ଙ୍କ ଆବିର୍ଭାବର ଦିଗ ସମ୍ବନ୍ଧରେ ସୂଚନା ମିଳିବା ପରେ ମୁଖ୍ୟ ଦେହୁରୀ ଅର୍ଦ୍ଧରାତ୍ରରେ ମା’ଙ୍କ ଉଭା ସ୍ଥଳୀ ଚିହ୍ନଟ କରିଥାନ୍ତି। ଆଜି ମା’ଙ୍କ ଦ୍ୱିତୀୟ ପହିଲି ପୂଜା ସମ୍ପନ୍ନ ହେବା ପରେ ମୁଖ୍ୟ ପୂଜକ କିଶୋର ଚନ୍ଦ୍ର ଦେହୁରୀ ଜନ୍ତାଳ ପର୍ବର ତାରିଖ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇ ମା’ଙ୍କ ଦର୍ଶନ ଲାଭ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହେବ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ
- Post published:March 19, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau


