f600b249-5c54-442c-a949-d6bc81000fab
previous arrow
next arrow
WhatsApp Image 2024-07-18 at 2.39.27 PM

ମା’ ହିଙ୍ଗୁଳାଙ୍କ ନୂତନ ପୂଜକ ନିଯୁକ୍ତ: ବାପାଙ୍କ ମୃତ୍ୟୁ ପରେ ଜ୍ୟେଷ୍ଠ ପୁତ୍ର କିଶୋର ଚନ୍ଦ୍ର ଦେହୁରୀ ନେଲେ ଦାୟିତ୍ୱ

0

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନୂତନ ପୂଜକ ନିଯୁକ୍ତ ହୋଇଛନ୍ତି। ବାପା ହୃଦାନନ୍ଦ ଦେହୁରୀଙ୍କ ମୃତ୍ୟୁ ପରେ ରୀତିନୀତି ଅନୁଯାୟୀ, ଅଭିଷେକ କରାଯାଇ ଜ୍ୟେଷ୍ଠ ପୁତ୍ର କିଶୋର ଚନ୍ଦ୍ର ଦେହୁରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ବିଶ୍ୱାସ ରହିଛି ଯେ, ଶ୍ରୀକ୍ଷେତ୍ର ଧାମ ସହ ମା’ଙ୍କର ନିବିଡ଼ ସମ୍ପର୍କ ରହିଛି। ସାବର ସଂସ୍କୃତି ଓ ବୈଦିକ ସଂସ୍କୃତି ରୀତିନୀତିରେ ପୂଜା ପାଉଥିବା ମା’ ହିଙ୍ଗୁଳାଙ୍କ ପୂଜକ ଜଣେ ଆଦିବାସୀ ସଂସ୍କୃତିର ପ୍ରତିନିଧି। ୧୯୭୫ ମସିହାରୁ ହୃଦାନନ୍ଦ ଦେହୁରୀ ମା’ ହିଙ୍ଗୁଳାଙ୍କ ପୂଜକ ଭାବେ କାର୍ଯ୍ୟନିର୍ବାହ କରି ଆସୁଥିଲେ। ଗତ ୧୦ ତାରିଖରେ ହୃଦାନନ୍ଦଙ୍କର ଦେହାନ୍ତ ହୋଇଯିବାରୁ ବିଧି ଅନୁଯାୟୀ ତାଙ୍କର ଜ୍ୟେଷ୍ଠ ପୁତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି।

ମୁଖ୍ୟ ଦେହୁରୀଙ୍କ ଶୁଦ୍ଧି କାର୍ଯ୍ୟ ପରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଧାର୍ଯ୍ୟ ତିଥି ଅନୁଯାୟୀ ମା’ଙ୍କ ଦିଅଁ ଘରୁ ପୂଜାର୍ଚ୍ଚନା ସାରି ଏକ ପଟୁଆରରେ ଦେହୁରୀ ଓ ପାଇକ ମାନଙ୍କ ସହ ରାଜବାଟୀ ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା କରି ପଟୁଆରରେ ରାଜ ଉଆସରେ ପହଞ୍ଚିଥିଲେ। ସେଠାରେ ଦେହୁରୀଙ୍କୁ ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ବୀରବର ଦେବ ଓ ରାଣୀ ଉଭୟ ବିଧିବିଧାନ ମୁତାବକ ପୂଜାର୍ଚ୍ଚନା ସହ ପଗଡ଼ି ପରିଧାନ କରାଇଥିଲେ। ଗୁରୁବାରରୁ ମା’ ହିଙ୍ଗୁଳାଙ୍କର ସମସ୍ତ ପୂଜାବିଧିରେ ଦେହୁରୀ କିଶୋର ଚନ୍ଦ୍ର ଉପସ୍ଥିତ ରହି ଭକ୍ତଙ୍କ ଗୁହାରି ମା’ଙ୍କୁ ଜଣାଇବେ।
ତେବେ ଦୀର୍ଘ ୪୮ ବର୍ଷ ପରେ ପୁଣି ଏହିଭଳି ଏକ ଅଭିଷେକ କରାଯାଇ ନୂତନ ପୂଜକ ନିଯୁକ୍ତି କରାଯାଇଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

Leave A Reply

Your email address will not be published.

error: Content is protected !!
Close