ମା’ କଳାପାଟ କ୍ରିକେଟ କପ୍ ୨୦୨୨ ଉଦଯାପିତ, ବାଜି ମାରିନେଲା ଗଡ଼ତରାଶ ଟିମ୍

You are currently viewing ମା’ କଳାପାଟ କ୍ରିକେଟ କପ୍ ୨୦୨୨ ଉଦଯାପିତ, ବାଜି ମାରିନେଲା ଗଡ଼ତରାଶ ଟିମ୍

ଅନୁଗୁଳ: ଅନୁଗୁଳ ବ୍ଲକର ତଳଗଡ଼ ପଞ୍ଚାୟତରେ ମା’ କଳାପାଟ ଯୁବକ ସଂଘ ପକ୍ଷରୁ ଆୟୋଜିତ ମା’ କଳାପାଟ କ୍ରିକେଟ କପ୍ ୨୦୨୨ ଆଜି ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ସାମିଲ ହୋଇ ପୁରସ୍କାର ବିତରଣ କରିବା ସହିତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ସମ୍ମାନିତ ଅତିଥିଭାବେ ତଳଗଡ ସରପଞ୍ଚ ଅରବିନ୍ଦ ପ୍ରଧାନ, ପୂର୍ବତନ ସଭାପତି ପ୍ରାଣବନ୍ଧୁ ସାହୁ, ଯୁବ ନେତା ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ।
ଆଜିର ଫାଇନାଲ ମ୍ୟାଚ୍ ଗଡତରାଶ ଓ ସରଧାପୁର ମଧ୍ୟରେ ଆୟୋଜିତ ହୋଇଥିଲା। ଗଡତରାଶ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୦୦ ରନ ସଂଗ୍ରହ କରିଥିଲା। ଜବାବରେ ସରଧାପୁର ଟିମ୍ ୭୧ ରନ୍ କରି ସମସ୍ତ ଓ୍ବିକେଟ ହରାଇଥିଲା। ଟୁର୍ଣ୍ଣାମେଣ୍ଟକୁ ପ୍ରଦ୍ୟୁମ୍ନ ପ୍ରଧାନ, ଶୁଭମ ସାହୁ, ରିଙ୍କୁ ବିଶ୍ବାଳ, ବିଶ୍ବଜିତ ଦେହୁରୀ, କାଳିଆ ସାହୁ, ରାଜେଶ ସାହୁ ତଥା ଯୁବକ ସଂଘ ର କର୍ମକର୍ତ୍ତା ଆୟୋଜନ କରିଥିଲେ।

Share

Leave a Reply