ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀଠାରେ ଥିବା ମା ଲୋଭି ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଆରମ୍ଭ ହୋଇଛି। ଏହି ଅଞ୍ଚଳର ସର୍ବପୁରାତନ ଓ ପ୍ରସିଦ୍ଧ ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ତୁଳସୀପାଳ ଗ୍ରାମରୁ ପିଠ ପୂଜା ପରେ ବିରାଟ ଶୋଭାଯାତ୍ରାରେ ୪ କି.ମି. ବାଟ ପଟୁଆର କରି ସନ୍ତ୍ରୀ ଯାତ୍ରା ପଡ଼ିଆକୁ ଆସିଥାଏ।
ଯାତ୍ରାରେ ବିଭିନ୍ନ ଦୋକାନବଜାର, ଦୋଳି ଖାଦ୍ୟ, ପ୍ରତିରାତି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ସଚେତନତା ମେଳା ପ୍ରଦର୍ଶିତ ହେଉଛି। ଶାନ୍ତିଶୃଙ୍ଖଳା ପାଇଁ ବଅଁରପାଳ ପୋଲିସ୍ ବ୍ୟାପକ ଫୋର୍ସ ମୁତୟନ କରିଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଅଞ୍ଚଳର ସର୍ବବୃହତ ଉତ୍ସବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି।
