ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ଆଜି ବିଜେପି ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ୩୦୦ ଗଛ ଲୋକଙ୍କୁ ମାଗଣାରେ ବଣ୍ଟନ କରିବା ସହ ବୃକ୍ଷରୋପଣ ପାଇଁ ପରାମର୍ଶ ଦିଆଯାଇଥିଲା। ପରେ ଗଛ ଲଗାଇବାକୁ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଏ ଅବସରରେ ବଇଣ୍ଡା ଶିଶୁ ମନ୍ଦିର ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ଉପ ସଭାପତି ଅର୍ଜୁନ ସାହୁ, ବିଶ୍ବଜିତ ମିଶ୍ର, ଅରବିନ୍ଦ ସାହୁ, ଅମିୟ ମିଶ୍ର, ତପନ କୁମାର ଦାସ, ପ୍ରବୀଣ ସାହୁ, ଗଗନ ବାରିକ, ଧ୍ରୁବ ଚରଣ ସାହୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।