ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ମଧୁଜୟନ୍ତୀ ଓ ଆଇନଜୀବୀ ଦିବସ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ ଭାଗ୍ୟଲକ୍ଷ୍ମୀ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋର୍ଟ ପରିସରରେ ସ୍ଥାପିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଓକିଲ ସଂଘର ସଭାପତି ଦିଲ୍ଲୀପ କୁମାର ସାହୁ, ସାଧାରଣ ସମ୍ପାଦକ ସୋମନାଥ ରାଉତଙ୍କ ସମେତ ଅନୁଗୁଳ କୋର୍ଟର ବିଚାର ବିଭାଗୀୟ ଅଧିକାରୀଗଣ, ସଂଘର କର୍ମକର୍ତା ଓ ବରିଷ୍ଠ ସଦସ୍ୟ ଭୂପେଶ ଚନ୍ଦ୍ର ପ୍ରଧାନ, ଦିଲ୍ଲୀପ କୁମାର ଦାସ, ପ୍ରଦୀପ କୁମାର ଦେବତା, ସୁଶିଲ କୁମାର ପ୍ରଧାନ, ରଜତ ରଂଜନ ଦାସ, ବିରେନ୍ କୁମାର ନାଏକ, ଶତ୍ରୁଘ୍ନ ସାହୁ, ନିରୋଦ କୁମାର ମିଶ୍ର, ଧର୍ମେନ୍ଦ୍ର ନାଥ ମିଶ୍ର, ପ୍ରଦୀପ୍ତ କିଶୋର ସାହୁ, ନୀଳକଣ୍ଠ ନାଏକ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଅନୁଗୁଳରେ ମଧୁ ଜୟନ୍ତୀ
- Post published:April 30, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul