ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ଅଞ୍ଚଳରେ ପାଗଳ କୁକୁର ଆତଙ୍କ। ସ୍ଥାନୀୟ ପରାବିଲ, ଶିଲିଂ ଓ ଗୌଣିଘଷା ଗ୍ରାମରେ ପାଗଳ କୁକୁର ପ୍ରାୟ ୧୦ଜଣରୁ ଊର୍ଦ୍ଧ୍ବ ଲୋକଙ୍କୁ କାମୁଡ଼ି ଆହତ କରିଦେଇଛି।କୁକୁର କାମୁଡ଼ାରେ ବହୁ ଗୋରୁଗାଈ ମଧ୍ୟ ଆହତ ହୋଇଛନ୍ତି। ବୁଧବାର ଓ ଗୁରୁବାର ଦୁଇଦିନ ମଧ୍ୟରେ ପାଗଳ କୁକୁର ପରାବିଲ ଗ୍ରାମର ୫ଜଣ, ଶିଲିଂ ଗ୍ରାମର ୫ଜଣ, ପବିତ୍ରନଗର କଲେଜକୁ ଆସୁଥିବା ଶରଧାପୁର ଗ୍ରାମର ଜଣେ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା। ସେହିପରି ଅଞ୍ଚଳର କିଛି ଗୋରୁଗାଈଙ୍କୁ ବି କୁକୁର କାମୁଡ଼ିଛି। ଆହତଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ବହୁ ଲୋକ ଓ ଗୋରୁଗାଈ କୁକୁର କାମୁଡ଼ାର ଶିକାର ହୋଇଥିବାରୁ ପବିତ୍ରନଗର ସ୍ଥିତ ପ୍ରାଥମିକ ଚିକିତ୍ସାଳୟ ଓ ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏଥିପାଇଁ ଚିକିତ୍ସା ସେବା ଉପଲବ୍ଧ ପାଇଁ ଦାବି ହେଉଛି।
ପାଗଳ କୁକୁର ଆତଙ୍କ: ୧୦ ଜଣଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା, ଅନେକ ଗୋରୁଗାଈ ଆହତ
- Post published:November 20, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
