ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୁଲିସ ମଙ୍ଗଳବାର ତୁରଙ୍ଗ ଗାଁରେ ଚଢ଼ାଉକରି ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗାଁର ରାଜେନ୍ଦ୍ର ସେଠୀ ତାଙ୍କ ଘରେ ଚୋରାରେ ଦେଶୀମଦ ବିକ୍ରି କରୁଥିଲେ। ଏ ନେଇ ସୂଚନା ପାଇବାପରେ ପୁଲିସ ଚଢ଼ାଉକରି ତାଙ୍କ ଘରୁ ୫ ଲିଟର ଦେଶୀମଦ ଜବତ କରିଛି। ଏ ନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତ ରାଜେନ୍ଦ୍ରଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ମଦ ଜବତ ଜଣେ ଗିରଫ
- Post published:February 8, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul