ନୂଆବର୍ଷରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ସୁଜି ଖିରୀ

You are currently viewing ନୂଆବର୍ଷରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ସୁଜି ଖିରୀ

ଆସୁଛି ନୂଆବର୍ଷ। ବର୍ଷ ଆରମ୍ଭରେ ଶୁଭେଚ୍ଛା ଜଣାଇବାକୁ ଘରକୁ ଅତିଥିମାନେ ନିଶ୍ଚୟ ଆସିବେ। ଏଣୁ ସେମାନଙ୍କ ପାଇଁ କିଛି ମିଠା ବନାଇବାକୁ ଚାହୁଁଥିଲେ ସବୁଠୁ ସହଜ ଓ ସ୍ୱାଦିଷ୍ଟ ଆଇଟମ୍ ହେଉଛି ସୁଜି ଖିରୀ। ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଭଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ …

ଆବଶ୍ୟକ ସାମଗ୍ରୀ:

୪ ବଡ଼ ଚାମଚ ସୁଜି, ୪ ବଡ଼ ଚାମଚ ଚିନି, ୧ ବଡ଼ ଚାମଚ କାଜୁ, ୧ ବଡ଼ ଚାମଚ କିସମିସ୍, ୨ ବଡ଼ ଚାମଚ ଘିଅ, ୨ କପ୍‌ କ୍ଷୀର, ୧ ବଡ଼ ଚାମଚ ବାଦାମ୍‌, ୧ ବଡ଼ ଚାମଚ ପିସ୍ତା, ଅଳ୍ପ ଅଳେଇଚ ପାଉଡର, ଖୁଆ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପ୍ୟାନ ନେଇ ସେଥିରେ ଏକ ଚାମଚ୍‌ ଘିଅ ଗରମ କରନ୍ତୁ। ଏଥିରେ କଟା ବାଦାମ୍‌, ପିସ୍ତା, କାଜୁ ଏବଂ କିସମିସ୍ ପକାନ୍ତୁ। ୨-୩ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଘିଅରେ ଭାଜନ୍ତୁ। ଏବେ ଭାଜି ହୋଇଥିବା ଖୁଆକୁ ଏକ ଗିନାରେ ବାହାର କରିଦିଅନ୍ତୁ। ସେହି ପ୍ୟାନରେ ୧ ଚାମଚ୍‌ ଘିଅ ପକାନ୍ତୁ। ସୁଜି ପକାଇ ମିଡିୟମ୍‌ ଫ୍ଲେମରେ କିଛି ସମୟ ଭାଜନ୍ତୁ। ଏହା ଗୋଲଡେନ୍‌ ବ୍ରାଉନ୍‌ କଲରର ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ପ୍ୟାନରେ କ୍ଷୀର ଏବଂ ଚିନି ପକାନ୍ତୁ। କ୍ଷୀର ଫୁଟି ଗଲା ପରେ ଏଥିରେ ଖୁଆ ମିଶାଇବା ସହିତ ଅଳେଇଚ ପାଉଡର ମିଶାନ୍ତୁ। ଏହାକୁ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ବସାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଜି ଖିରୀ।

Share

Leave a Reply