ମ୍ୟାଜିସୀୟାନ୍ ପି.ଏନ୍ ଦାସଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନ

You are currently viewing ମ୍ୟାଜିସୀୟାନ୍ ପି.ଏନ୍ ଦାସଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନ

ଅନୁଗୁଳ: ପୋଲିସ ଚାକିରୀରୁ ଅବସର ପରେ ବି ସେ ଚୁପ୍ ହୋଇ ବସି ନାହାନ୍ତି। ଅନେକ ଆଗ୍ରହୀ କଳାକାରଙ୍କୁ ଯାଦୁ ବିଦ୍ୟାର କୌଶଳ ଶିଖାଉଛନ୍ତି। ତାଙ୍କ ଶିଷ୍ୟଙ୍କ ମଧ୍ୟରେ ଡାକ୍ତର, ଇଞ୍ଜିନିୟର ଠାରୁ ସ୍କୁଲ ଛାତ୍ର ବି ଅଛନ୍ତି। ରୋପ ଖେଳ, ତାସ ଖେଳ,ବେଲୁନ ଖେଳ ଓ ମୁଦ୍ରା ଖେଳରେ ଦର୍ଶକଙ୍କୁ ବାନ୍ଧି ରଖିପାରୁଥିବା ଏହି ସାଧକ ପଞ୍ଚାନନ ଦାସଙ୍କୁ ଯାଦୁ ଖେଳରେ ତାଙ୍କ ଜୀବନବ୍ୟାପୀ ସାଧନାପାଇଁ ଗତ ୧୮ ତାରିଖରେ କଟକର ଶ୍ରୀରାମ ଭବନରେ ସମ୍ବର୍ଦ୍ଧିତ କରାଯାଇଛି।

ପ୍ରଫେସର ଡ଼ା ଅନଙ୍ଗ ଦ୍ବିବେଦୀ, ଆୟୋଜକ କଳିଙ୍ଗ ମ୍ୟାଜିକ ସର୍କଲର ସଭାପତି ନିରଞ୍ଜନ ଦାସ, ସମ୍ପାଦକ ବାପୁ ଲେଙ୍କା, ଯାଦୁକର ପି.ଏଲ ସୁନ୍ଦରକାଙ୍କ ପୁତ୍ର ପ୍ରେମଲାଲ ସୁନ୍ଦରକା, ସ୍ବାମୀ ଜନାନନ୍ଦ ସରସ୍ଵତୀ ଆଦି ଅତିଥି ରୂପେ ଯୋଗ ଦେଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ପଞ୍ଚାନନ ଦାସ ଏବେ ଅନୁଗୁଳ ରାଣୀଗୋଡାରେ ସ୍ଥାୟୀ ଭାବେ ବାସ କରୁଛନ୍ତି। ସେ ପିଟିସିରେ ଡ୍ରିଲ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୦ ମସିହାରେ ଯାଦୁ ଖେଳ ଶିକ୍ଷା ଆରମ୍ଭ କରିଥିଲେ।୨୦୦୮ ରେ ପିଟିସି ଭୁବନେଶ୍ୱରକୁ ଉଠି ଯିବା ପରେ ଶ୍ରୀ ଦାସ ଭୁବନେଶ୍ୱରର ପୋଲିସ ଏକାଡେମୀ ସମେତ ବିଭିନ୍ନ ଅଞ୍ଚଳରେ ଯାଦୁ ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ। ସେ ଓଡ଼ିଶାର ପ୍ରସିଦ୍ଧ ମ୍ୟାଜିଶିଆନ ସୁକେଶ ପଟ୍ଟନାୟକ ଓ ସନ୍ତୋଷ ଚୌଧୁରୀଙ୍କ ଠାରୁ ଯାଦୁ ଶିକ୍ଷା ଲାଭ କରି ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ।

Share

Leave a Reply