ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅନୁଗୁଳରୁ ଆସିଲା ୧୦୮ ଫୁଟ ଲମ୍ବ ଧୂପକାଠି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଜଳିବ

You are currently viewing ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅନୁଗୁଳରୁ ଆସିଲା ୧୦୮ ଫୁଟ ଲମ୍ବ ଧୂପକାଠି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଜଳିବ

କଣିହାଁ: ବୁଧବାର ଦିନ ଜଗତର ନାଥ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଉଦଘାଟନ। ଏ ଅବସରରେ ଦେଶ ତଥା ରାଜ୍ୟର କୋଣ ଅନୁକୋଣରୁ ପ୍ରଭୁଙ୍କ ଲାଗି ଅକ୍ଷତ ଗୁଆ, ନଡ଼ିଆ ବିଭିନ୍ନ ପ୍ରକାର ଦ୍ରବ୍ୟ ପଠାଯାଉଥିବା ବେଳେ ଅନୁଗୁଳରୁ ଏକ ୧୦୮ଫୁଟ ଲମ୍ବ ଧୂପକାଠି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଠାଯାଇଛି।

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଂସମୁଣ୍ଡା ଗ୍ରାମର ପୂର୍ବତନ ଶିକ୍ଷକ ସ୍ବର୍ଗତ ଜଗଦାନନ୍ଦ ସାହୁଙ୍କ ପୁଅ ତଥା ସାମାଜିକ କର୍ମୀ ପ୍ରହଲ୍ଲାଦ ସାହୁ ଏହି ଧୂପକାଠି ପ୍ରସ୍ତୁତ କରିଛନ୍ତି। ପ୍ରଥମେ ସେ ଗ୍ରାମର ଠାକୁର ଗୋପାଳଜୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ସଂକୀର୍ତ୍ତନ ଗ୍ରାମ ପରିକ୍ରମା କରି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଆସନ୍ତାକାଲି ସେ ଉକ୍ତ ଧୂପକାଠିକୁ ଜଳାଇବେ ବୋଲି ଜଣାଯାଇଛି।

Share

Leave a Reply