ଅନୁଗୁଳ:ପବିତ୍ର ମହାଶିବରାତ୍ରି ଅବସରରେ ଅନୁଗୁଳ ସହରର ସମସ୍ତ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି।ସନ୍ଧ୍ୟା ହେବା କ୍ଷଣି ଶ୍ରଦ୍ଧାଳୁ ମାନେ ଘର ପାଖ ଶିବ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପାଇଁ ଭିଡ଼ ଲଗାଇଛନ୍ତି। ବିଶେଷକରି ରାଣିଗୁଡ଼ା, କାଲଟାକସ୍ ଲିଙ୍ଗରାଜ ମନ୍ଦିର,ଦୁର୍ଗା ଶଙ୍କର ରୋଡ ଆଖଣ୍ଡଳମଣି,ଶୈଳ ଶ୍ରୀକ୍ଷେତ୍ର କାଶୀ ବିଶ୍ଵନାଥ ମନ୍ଦିର,ବୁଢ଼ୀ ଠାକୁରାଣୀ କମ୍ପ୍ଲେକ୍ସ ଶିବ ମନ୍ଦିର, ଟିପିରି ଶିଂହା ଶିବ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପରିବାରର ମହିଳା ସଦସ୍ୟ ମାନେ ଜାଗର ଜାଳି ମହାଦୀପ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରିବେ।ମହାଦୀପ ଦର୍ଶନ ପରେ ଉପବାସ ଭାଙ୍ଗି ପ୍ରସାଦ ସେବନ କରିବେ।ପୁରାଣମତେ ଶିବରାତ୍ରୀ ଦିନ ଉପବାସ କରି ପ୍ରଭୁ ଶଙ୍କରଙ୍କୁ ଧ୍ୟାନ କଲେ ରଜ ଓ ତମ ଗୁଣ ନିୟନ୍ତ୍ରିତ ହୋଇଥାଏ ଏବଂ ପରିବାରର ମଙ୍ଗଳ ହୋଇଥାଏ।
ଦୀପମୟ ହେଲା ସମସ୍ତ ଶିବାଳୟ: ମହାଦୀପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ
- Post published:March 8, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul