ମହାନିତ୍ୟ ସାଧୁ ଭକ୍ତ ମଣ୍ଡଳୀ ବାର୍ଷିକ ଧର୍ମ ମହାସଭା ଓ ନୂତନ କର୍ମକର୍ତ୍ତା ଚୟନ ଆୟୋଜିତ

0

ଅନୁଗୁଳ: ଆଜି ପୂର୍ବାହ୍ନରେ ଅଙ୍ଗାରବନ୍ଧ ମହିମା ଧାମ ଠାରେ ମହାନିତ୍ୟ ସାଧୁ ଭକ୍ତ ମଣ୍ଡଳୀ ବାର୍ଷିକ ଧର୍ମ ମହାସଭା ସଭାପତି ଶ୍ରୀମଦ ରଘୁନାଥ ବାବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପ୍ରଥମେ ସଭାପତିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ସହ ଜଗତ ମଙ୍ଗଳ ନିମନ୍ତେ ଘୃତାହୁତି ପ୍ରଦାନ କରା ଯାଇଥିଲା। ପରେ ପାରମ୍ପରିକ ଭାବରେ ଭୀମ ଭୋଇଙ୍କ ଆଦ୍ୟ ଭଜନ (ବନ୍ଦନା ପାଦ ପଦ୍ମକୁ )ସାମୁହିକ ଭାବରେ ଗାନ କରା ଯାଇଥିଲା। ଭକ୍ତ ପ୍ରଶାନ୍ତ କୁମାର ମହାପାତ୍ର ଉପସ୍ଥିତ ସାଧୁ ଓ ଭକ୍ତଙ୍କୁ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କହିଥିଲେ।

ବୈଠକରେ ଉପସ୍ଥିତ ସାଧୁଙ୍କୁ ନିଷ୍ଠା ଓ ତ୍ୟାଗର ସହିତ ଧର୍ମ ପ୍ରଚାରରେ ନିୟୋଜିତ ହେବାକୁ ମହାସଭା ସଭାପତି ଆହ୍ୱାନ ଦେଇଥିଲେ। ଏ ଅବସରରେ ଆଗାମୀ ବର୍ଷ ପାଇଁ କର୍ମ କର୍ତ୍ତା ନିର୍ବାଚନ କରାଯାଇଥିଲା। ସଭାପତି ଭାବେ ଶ୍ରୀମଦ ରଘୁନାଥ ଦାସ ବାବାଙ୍କୁ ପୁନଃ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ କରୁଣାକର ଦାସ ବାବା ଓ ଭକ୍ତ ଶତ୍ରୁଘ୍ନ ସାହୁ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର, ସମ୍ପାଦକ ଅଜୟ କୁମାର ଦେହୁରୀ ଓ ପରେଶ ଚନ୍ଦ୍ର ଜେନା, କୋଷାଧ୍ୟକ୍ଷ ବାମଦେବ ସାହୁ ଓ ବିଜ୍ଞାନୀ କୁମାର ବେହେରା, ଉପଦେଷ୍ଟା ଭାବରେ ଲୋକନାଥ ସାହୁ, ଅଷ୍ଟମୀ ସାହୁ ଓ ଚୈତନ୍ୟ ପ୍ରଧାନ, କାର୍ଯ୍ୟକାରୀ କମିଟିକୁ ଭକ୍ତ ପ୍ରାଣବନ୍ଧୁ ସାହୁ, ସୁଦର୍ଶନ ସାହୁ, ବୈରାଗୀ ସେଠ, କୃଷ୍ଣ ଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର ସିଂହ, ତ୍ରିଲୋଚନ ଭୂତିଆ, କୃପାସିନ୍ଧୁ ସାହୁ, ହୃଦାନନ୍ଦ ପ୍ରଧାନ, ମଙ୍ଗରାଜ ସାହୁ, ଲକ୍ଷ୍ମୀକାନ୍ତ ସାହୁ, ଅନିରୁଦ୍ଧ ବିଶ୍ୱାଳ, ଶ୍ରୀକାନ୍ତ ଭୋଇ, ଦେବାନନ୍ଦ ସେଠ, ଶରତ ଚନ୍ଦ୍ର ନାୟକ, ଦକ୍ଷ ଗଡ଼ନାୟକ, ବୈଷ୍ଣବ ସେଠୀ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ସେହିପରି ବଡଭାଇ ବୈକୁଣ୍ଠ ନାଥ ଦେହୁରୀଙ୍କ ବିୟୋଗ ପରେ ଖାଲିଥିବା ମହାନିତ୍ୟ ବଡଭାଇ ପଦକୁ ବିଭୁତି ଭୂଷଣ ଦେହୁରୀଙ୍କୁ ପ୍ରଦାନ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଶିବ ସାହୁ, ବିଜ୍ଞାନୀ ବେହେରା, ଅଷ୍ଟମୀ ସାହୁ, ଲୋକନାଥ ସାହୁ, ବିଭୂତି ଭୂଷଣ ଦେହୁରୀ, ପରେଶ ଚନ୍ଦ୍ର ଜେନା, ମଙ୍ଗରାଜ ସାହୁ, ଅଜୟ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!