ଶ୍ରୀରାମଙ୍କ ଭକ୍ତିରେ ତଲ୍ଲୀନ ହୋଇ ପଦଯାତ୍ରା : ଚାଲି ଚାଲି ତାଳଚେରରୁ ଅଯୋଧ୍ୟା ଯାଉଛନ୍ତି ଶୁଭମ୍ ସାହୁ

You are currently viewing ଶ୍ରୀରାମଙ୍କ ଭକ୍ତିରେ ତଲ୍ଲୀନ ହୋଇ ପଦଯାତ୍ରା : ଚାଲି ଚାଲି ତାଳଚେରରୁ ଅଯୋଧ୍ୟା ଯାଉଛନ୍ତି ଶୁଭମ୍ ସାହୁ

ତାଳଚେର : ତାଳଚେରରୁ ଅଯୋଧ୍ୟା ଯାତ୍ରା। ସେ ପୁଣି ପାଦରେ ଚାଲି ଚାଲି। ଭାବିବାକୁ ଅସମ୍ଭବ ଲାଗୁଥିଲେ ବି ତାଳଚେରର ଶୁଭମ ଏହି ଯାତ୍ରା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଦର୍ଶନ ଲାଗି ଶୁଭମ ଏହି ପଦ ଯାତ୍ରା କରୁଛନ୍ତି। ଘରୁ ବାହାରିବା ବେଳେ ସେ କାହାରିକୁ କିଛି କହିନଥିଲେ। କାଳେ କହି ଦେଇଥିଲେ ଘରେ ମନା କରିଦେବେ ଭାବି ଶ୍ରୀରାମ ନାମ ସୁମରି ଚୁପଚାପ ଘରୁ ବାହାରି ଆସିଥିଲେ ଶୁଭମ। ସ୍ଥାନୀୟ ଚିତ୍ରକୁଟ ରାମ ମନ୍ଦିରରେ ପୂଜାର୍ଚ୍ଚନା କରି ଆସିଲା ପରେ ଲୋକେ ଶୁଭମଙ୍କ ପଦଯାତ୍ରା କଥା ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ଦେଖିବାକୁ ସ୍ଥାନୀୟ ଲୋକ ଓ ସାଙ୍ଗସାଥୀଙ୍କ ଭିଡ଼ ଜମିଥିଲା। ପରେ ବାପା- ମା’ ବି ଆସି ପୁଅକୁ ଦର୍ଶନ ପାଇଁ ଅନୁମତି ଦେବା ସହ ବିଦାୟ ଦେଇଥିଲେ।

ପ୍ରକାଶ ଯେ ଶୁଭମ ହେଉଛନ୍ତି ତାଳଚେର ବଉଳଛକର ବାସିନ୍ଦା ବୀରେନ ସାହୁ ଓ ମାମିନା ସାହୁଙ୍କ ପୁଅ। ପୁଅର ଶ୍ରୀରାମଙ୍କ ପ୍ରତି ଅଗାଢ଼ ଭକ୍ତି ଓ ଆସ୍ଥା ଦେଖି ସେମାନେ ବି ଭାବବିହ୍ୱଳିତ ହୋଇପଡିଥିବା ଜଣାଯାଇଛି।

Share

Leave a Reply