ଅନୁଗୁଳ: ଆଜି ସ୍ଥାନୀୟ ହୋଟେଲ ସୌରଭ ରେସିଡେନ୍ସିରେ ଅର୍ଏନ୍ପି ସିନେ ପ୍ରଡକ୍ସନ ଆନୁକୂଲ୍ୟରେ ରଜ ରୂପସୀ ୨୦୨୨ର ଶୁଭ ମହୁରତ ଆୟୋଜିତ ହୋଇଛି। ଜିଲ୍ଲାରେ ଲୁଚି ରହିଥିବା କଳାକାରଙ୍କ ପ୍ରତିଭାକୁ ସର୍ବସାଧାରଣ ରେ ପରିପ୍ରକାଶ କରିବା ପାଇଁ ଆର୍ଏନ୍ପି ସିନେ ପ୍ରଡକ୍ସନର ଏହା ଏକ ପ୍ରୟାସ। ଏହାର ସମସ୍ତ ଅଡିସନ ସ୍ଥାନୀୟ ହୋଟେଲ ପ୍ରଶାନ୍ତିଠାରେ ଆୟୋଜିତ ହେବ।
ରଜ ରୂପସୀରେ ପ୍ରତିଯୋଗିତାରେ ଜୁନିଅର ଓ ସିନିଅର ଭାବେ ଦୁଇଟି ବିଭାଗ କରାଯାଇଛି। ଜୁନିଅର ପ୍ରତିଯୋଗୀଙ୍କ ବୟସ ୬ ରୁ ୧୪ ବର୍ଷ ଏବଂ ସିନିଅର ପ୍ରତିଯୋଗୀଙ୍କ ବୟସ ୧୫ ରୁ ୨୮ ବର୍ଷ ହୋଇଥିବା ଆବଶ୍ୟକ। ସେ ଅବିବାହିତ ହୋଇଥିବା ଦରକାର। ଉଭୟ ବର୍ଗର ପ୍ରତିଯୋଗୀ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ପ୍ରତିଯୋଗୀଙ୍କୁ କୌଣସି ଏଣ୍ଟ୍ରି ଫି ଦେବାକୁ ପଡ଼ିବ ନାହିଁ। ରଜ ରୂପସୀର ଅଡିସନ ଜୁନ ୫ ରୁ ଜୁନ ୧୭ ଯାଏଁ ଚାଲିବ। ଏଥିରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ଚୟନ ସୌନ୍ଦର୍ଯ୍ୟ, ନୃତ୍ୟ ଗୀତ, ବତ୍କୃତା ଏବଂ ଆକ୍ଟିଭିଟି ଆଧାରରେ ହେବ। ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ଏକ ଚଳଚ୍ଚିତ୍ରରେ ହିରୋଇନ ଭାବେ ଅଭିନୟ କରିବା ପାଇଁ ସୁଯୋଗ ମିଳିବ। ଶୁଭ ମହୁରତ ଉତ୍ସବରେ ଆର୍ଏନ୍ପି ସିନେ ପ୍ରଡକ୍ସନର ପ୍ରଯୋଜକ ରବି ନାରାୟଣ ପଣ୍ଡା, ନମିତା ମିଶ୍ର, ରାଜଲଷ୍ମୀ ସିଂ, ଶର୍ମିଲା ଦାସ ଏବଂ ଦୀପି ସାହୁ ଉପସ୍ଥିତ ଥିଲେ।