ଅନୁଗୁଳ: କୁଇଓ ସ୍ଥିତ ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀରେ ମକର ସଂକ୍ରାନ୍ତି ଓ ଗୁଡି ଉଡା ପର୍ବ ପାଳିତ ହୋଇଯାଇଛି। ଓଡ଼ିଆ ପରମ୍ପରାରେ ମକର ସଂକ୍ରାନ୍ତିର ମହତ୍ୱ, ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି,ଶ୍ରୀ ଜଗନ୍ନାଥଙ୍କ ନିକଟରେ ମକର ଚାଉଳ ଭୋଗ ଆଦି ସମ୍ପର୍କରେ ଶିକ୍ଷୟତ୍ରୀ ମାନେ
ପିଲାମାନଙ୍କୁ ବୁଝାଇଥିଲେ। ଏହାପରେ ସ୍କୁଲ ପିଲାମାନେ ଗୁଡି ଉଡାଇ ମକର ପର୍ବକୁ ଅଧିକ ସରସ ସୁନ୍ଦର କରିଥିଲେ। ସ୍କୁଲର ଅଧ୍ୟକ୍ଷ କଳିଙ୍ଗ ରୁଦ୍ର ପଣ୍ଡାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଲିଟିଲ ହାର୍ଟସରେ ମକର ପର୍ବ ଓ ଗୁଡି ଉଡା
