ଭାଗବତ ଶାନ୍ତିଧାମରେ ମକର ଉତ୍ସବ ପାଳିତ, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

You are currently viewing ଭାଗବତ ଶାନ୍ତିଧାମରେ ମକର ଉତ୍ସବ ପାଳିତ, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୀଧରପୁରରେ ଥିବା ଭାଗବତ ପାହାଡ଼ ତଥା ପୁରାତନ ଅନନ୍ତମୁଖୀ ଯଜ୍ଞପୀଠ “ଭାଗବତ ଶାନ୍ତିଧାମ”ରେ ମକର ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନାମ ସଂକୀର୍ତ୍ତନ କରିଥିଲେ। ମୁଖ୍ୟ ସନାତନ ମଠର ମହନ୍ତ କାଳନ୍ଦୀ ଚରଣ ଦାସଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା। କାର୍ଯ୍ୟକ୍ରମରେ ମହୀଧରପୁର ସମେତ ଆଖପାଖ ତଳମୂଳ, ଫୁଲପଡ଼ା, ସାନ୍ତରାପୁର, ବଉଳୀଗଡ଼, ଖଣ୍ଡହତା, ଅନୁଗୁଳ ପ୍ରମୁଖ ସ୍ଥାନରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଏହି ଅବସରରେ ମହିଳାମାନେ କଳସ ଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଶୋଭାଯାତ୍ରା ଶାନ୍ତିଧାମରେ ପହଞ୍ଚିଥିଲା। ଶାନ୍ତିଧାମରେ ପୂଜାର୍ଚ୍ଚନା ପରେ ଠାକୁରଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇ ମନ୍ଦିର ବିଜେ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଶାନ୍ତି ଧାମ କମିଟିର ସମସ୍ତ ସଦସ୍ୟ ଏବଂ ମହୀଧରପୁର ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply