ମାଲ୍ୟଗିରି ମହୋତ୍ସବ ପାଇଁ ଝୁମୁଛି ପାଳଲହଡା ସହର, ସୁସ୍ୱାଦୁ ଖାଦ୍ୟର ମଜା ଉଠାଉଛନ୍ତି ଅଞ୍ଚଳବାସୀ

You are currently viewing ମାଲ୍ୟଗିରି ମହୋତ୍ସବ ପାଇଁ ଝୁମୁଛି ପାଳଲହଡା ସହର, ସୁସ୍ୱାଦୁ ଖାଦ୍ୟର ମଜା ଉଠାଉଛନ୍ତି ଅଞ୍ଚଳବାସୀ

ପାଳଲହଡ଼ା: ମାଲ୍ୟଗିରି ମହୋତ୍ସବ ପାଇଁ ପାଳଲହଡା ସହର ଚଳଚଞ୍ଚଳ ହୋଇ ଉଠିଛି। ଶୁକ୍ରବାର ପାଳଲହଡା ଷ୍ଟାଡିୟମରେ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ପ୍ରଥମେ ମାଲ୍ୟଗିରି ମହୋତ୍ସବର ମଶାଲକୁ ବିରାଟ ପଟୁଆରରେ ଅଣାଯାଇ ଷ୍ଟାଡିୟମରେ ସ୍ଥାପନ କରାଯାଇଥିଲା। ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ସମ୍ମାନିତ ଅତିଥି ଭାବେ ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ ଓ ରାଜ୍ୟ ଯୁବକଲ୍ୟାଣ ବୋର୍ଡର ଅଧ୍ୟକ୍ଷ କୁନୁ ବିହାରୀ ଦାସ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପାଳଲହଡା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି ସଭାପତିତ୍ବ କରିଥିଲେ।

ମହୋତ୍ସବରେ ପ୍ରଥମେ ଆଞ୍ଚଳିକ ନୃତ୍ୟକଳା, ଡାଲଖାଇ ନୃତ୍ୟ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମନଲୋଭା ନୃତ୍ୟ ପରିବେଷଣ କରିଥିଲେ। ପରେ ଓଲିଉଡ କଣ୍ଠଶିଳ୍ପୀ ସ୍ୱୟଂ ପ୍ରଭାସ ପାଢ଼ୀ ଓ ତାଙ୍କ ଗ୍ରୁପ ସଙ୍ଗୀତ ପରିବେଷଣ କରିଥିଲେ। ଏହି ମହୋତ୍ସବ ଦେଖିବାକୁ ତଥା ଚଟପଟି ଖାଦ୍ୟର ମଜା ଉଠାଇବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି।

Share

Leave a Reply