ଭୁବନେଶ୍ୱରରୁ ଆସି ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ମାନସ ରଞ୍ଜନ ପ୍ରଧାନ

You are currently viewing ଭୁବନେଶ୍ୱରରୁ ଆସି ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ମାନସ ରଞ୍ଜନ ପ୍ରଧାନ

ଅନୁଗୁଳ: ଜୀବନ ବଞ୍ଚାଇବାକୁ ସୁଦୂର ଭୁବନେଶ୍ୱରରୁ ଆସି ରକ୍ତଦାନ କଲେ ମାନସ ରଞ୍ଜନ ପ୍ରଧାନ। ରିପୋର୍ଟ ମୁତାବକ, ଆଜି ନବ କିଶୋର ସାହୁଙ୍କର ସ୍ତ୍ରୀ ସୁନନ୍ଦା ସାହୁଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଛେଣ୍ଡିପଦା ସ୍ଥିତ କ୍ରିସ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ପ୍ରସବ ପରେ ତାଙ୍କର ରକ୍ତ ଦରକାର ହୋଇଥିଲା। କିନ୍ତୁ ତାଙ୍କ ବ୍ଲଡ ଗ୍ରୁପ ବମ୍ବେ ଫେନୋଟାଇପ୍ ବା ଓଏଚ୍ ପଜିଟିଭ ବ୍ଳଡ଼ ଗ୍ରୁପ୍। ଯାହା ଏକ ଲକ୍ଷ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସମୁଦାୟ ୪ ଜଣଙ୍କ ଠାରେ ହିଁ ଦେଖିବାକୁ ମିଳେ।

ଏନେଇ ରକ୍ତ ଭଣ୍ଡାରର କର୍ମଚାରୀ ତାଳଚେର ବଲଣ୍ଡା ଅଞ୍ଚଳର ସ୍ଵେଚ୍ଛାସେବୀ ଯୋଗେନ୍ଦ୍ର ବେହେରାଙ୍କୁ ଜଣାଇଥିଲେ। ପରେ ଶ୍ରୀ ବେହେରା ଏହି ବିରଳ ବମ୍ବେ ଫେନୋଟାଇପ୍ ବା ଓଏଚ୍ ପଜିଟିଭ ବ୍ଳଡ଼ ଗ୍ରୁପ୍ ର ରକ୍ତ ପାଇଁ ଭୁବନେଶ୍ଵର ବରମୁଣ୍ଡା ଅଞ୍ଚଳର ମାନସ ରଞ୍ଜନ ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଶ୍ରୀ ପ୍ରଧାନ ଆଜି ଅନୁଗୁଳ ଜିଲ୍ଲା ରକ୍ତଭଣ୍ଡାରରେ ଅପରାହ୍ନରେ ପହଞ୍ଚି ରକ୍ତଦାନ କରିଥିଲେ। ଶ୍ରୀ ପ୍ରଧାନ ଏହାକୁ ମିଶାଇ ୧୭ ଥର ଏହି ବମ୍ବେ ଫେନୋଟାଇପ୍ ବା ଓଏଚ୍ ପଜିଟିଭ ବ୍ଳଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ଦାନ କରିଛନ୍ତି।

Share

Leave a Reply