ତାଳଚେର କଂଗ୍ରେସ ପକ୍ଷରୁ ମନ୍ଥନ ବୈଠକ ଅନୁଷ୍ଠିତ

You are currently viewing ତାଳଚେର କଂଗ୍ରେସ ପକ୍ଷରୁ ମନ୍ଥନ ବୈଠକ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ଠାରେ ଶରତ ଚନ୍ଦ୍ର ପ୍ରଧାନଙ୍କ ଆବାହକତ୍ଵରେ ତାଳଚେର କଂଗ୍ରେସର ଏକ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ଼ କରିବା ଏବଂ କିପରି ସଂଗଠିତ କରିବା ଲକ୍ଷ୍ୟ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏଥିରେ ମୁଖ୍ୟ ଆଲୋଚ୍ୟ ବିଷୟ ତାଳଚେରର ବିଭିନ୍ନ ସମସ୍ୟାକୁ ସୁଧାର କରିବା, ଜମିହରା ପ୍ରଜାଙ୍କର ଥଇଥାନ, ବଢ଼ୁଥିବା ପ୍ରଦୂଷଣକୁ ରୋକିବା ଏବଂ କରୋନା ଜନିତ ଉପୁଜୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା, ଶିକ୍ଷାର ଅଭିବୃଦ୍ଧି, ଆନୁସଙ୍ଗିକ ପାନୀୟ ଜଳଯୋଗାଣ, ନିଯୁକ୍ତି ବ୍ୟବସ୍ଥା, ବ୍ୟବସାୟର ଅଭିବୃଦ୍ଧି ଏବଂ ଉପୁଜିଥିବା ସଂକୀର୍ଣ୍ଣ ରାଜନୈତିକ ଆକ୍ରୋଶ ଉପରେ ଆଲୋକପାତ କରାଯାଇଥିଲା । ତାଳଚେର ବ୍ଲକ ସଭାପତି ଜ୍ଞାନରଂଜନ ପାଣି, କଣିହାଁ ବ୍ଲକ ସଭାପତି ସୁଶାନ୍ତ ଶଶୀକାନ୍ତ ସାମଲ, ପାଲଲହଡା ବ୍ଲକ ସଭାପତି ଦୋଳଗୋବିନ୍ଦ ସାହୁ ନିଜ ନିଜ ଅଂଚଳରେ ତୃଣମୂଳ ସ୍ତରରେ କିପରି ଦଳକୁ ମଜବୁତ୍ କରାଯିବ ସେ ବିଷୟରେ ଆଲୋକପାତ କରିଥିଲେ । ପୂର୍ବତନ ତାଳଚେର ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ଆଇ.ଏନ୍.ଟି.ୟୁ.ସି. ସାଧାରଣ ସଂପାଦକ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ପବିତ୍ର ନାଏକ, ରାଜକିଶୋର ସାହୁ, ପ୍ରଫୁଲ ଦାସ, ଜିନେସ ସାହୁ, ଫକୀର ମୋହନ ସାମଲ, କେଶବ ଭୂତିଆ, ଡାକ୍ତର ମହାନ୍ତି, ପିତବାସ ପ୍ରଧାନ, ସୁବାସ ପ୍ରଧାନ, ସୌମ୍ୟ ସଂଜୀବ ମିଶ୍ର, ପୁଷ୍ପକ ସାଇଁ, ମାନସ ରଂଜନ ପ୍ରଧାନ, ବୀରବର ସାହୁ, ଗଣପତି ସାହୁ, ଆଲୋକ ଭୂତିଆ, ମେଘମାଳ ସାହୁ, ବିମ୍ବାଧର ବେହେରା, ମନୋଜ ସାହୁ ପ୍ରମୁଖ ବୈଠକରେ ମତାମତ ରଖିଥିଲେ । ଆଗାମୀ ଦିନରେ ପଂଚାୟତ ନିର୍ବାଚନ ଏବଂ ନଗର ନିଗମ ନିର୍ବାଚନକୁ ଆଖି ଆଗରେ ରଖି ଏକ କିମିଟି ଗଠନ କରାଯିବାର ନିଷ୍ପତି ନିଆଯାଇଥିଲା। ଶେଷରେ ପୂର୍ବତନ ଜିଲ୍ଲା ମହିଳା କଂଗ୍ରେସ୍ ସଭାନେତ୍ରୀ ସବିତା ଧୂର ଧନ୍ୟବାଦ ପ୍ରଦାନ କରିଥିଲେ ।

Share

Leave a Reply