ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବରପଡ଼ିଆରେ ଚାଲିଥିବା ଜିଲ୍ଲାସ୍ତରୀୟ ମଣ୍ଟୁ ମେମୋରିଆଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଝାରସୁଗୁଡା ପ୍ରୋଗ୍ରେସିଭ ଦଳ ଖୋର୍ଦ୍ଧା ଡିସିଏ ଦଳକୁ ୨ ରନରେ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଅମ୍ପାୟାର ଭାବେ ଟୁକୁ ବାହାଦୂର ଓ ଅମରେଶ ପ୍ରଧାନ ଦାୟିତ୍ବ ତୁଲାଇଥିବା ବେଳେ ପଲସ୍ତି ରାଉଳ, ସରୋଜ ରଞ୍ଜନ ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ। ସତ୍ୟଜିତ ବିଶ୍ବାଳ ସ୍କୋରର ଦାୟିତ୍ବ ତୁଲାଇଥିଲେ। ଝାରସୁଗୁଡା ପ୍ରୋଗ୍ରେସିଭର କ୍ରିଷ୍ଣା ପଟେଲ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।ଆଜି ରବିବାର କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ଓ ଝାରସୁଗୁଡ଼ା ପ୍ରୋଗ୍ରେସିଭ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
ମଣ୍ଟୁ ମେମୋରିଆଲ କପ୍ କ୍ରିକେଟ୍ : ଖୋର୍ଦ୍ଧା ଡିସିଏକୁ ହରାଇ ଫାଇନାଲରେ ଝାରସୁଗୁଡ଼ା ପ୍ରୋଗ୍ରେସିଭ
- Post published:December 28, 2024
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau
