ଅନୁଗୁଳ: ରାଜ୍ୟରେ ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ । ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ବନ୍ଦ ରହିବ ଦୋକାନ । ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ ଡେ ଘୋଷଣା । ସବୁ ମଦ ଦୋକାନ, ବାର ବନ୍ଦ ପାଇଁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଏହାସହ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।ରାଜ୍ୟର ସମସ୍ତ ପୌରାଞ୍ଚଳରେ ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ କରାଯିବ । ସେହିପରି ୨୬ ତାରିଖରେ ଭୋଟ ଗଣତି ହେବ । ତେବେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଏଭଳି ଘୋଷଣା କରାଯାଇଛି ।
ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ-ଡେ’
- Post published:March 15, 2022
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul