ଅନୁଗୁଳରେ ବଜାର ପ୍ରବେଶ କଲା ବଜାଜର ପ୍ରଥମ ସିଏନଜି ମୋଟରସାଇକେଲ ଫ୍ରିଡମ୍ ୧୨୫, ୧ କେଜି ସିଏନଜିରେ ଗଡ଼ିବ ୧୦୦ କିଲୋମିଟରରୁ ଅଧିକ

You are currently viewing ଅନୁଗୁଳରେ ବଜାର ପ୍ରବେଶ କଲା ବଜାଜର ପ୍ରଥମ ସିଏନଜି ମୋଟରସାଇକେଲ ଫ୍ରିଡମ୍ ୧୨୫, ୧ କେଜି ସିଏନଜିରେ ଗଡ଼ିବ ୧୦୦ କିଲୋମିଟରରୁ ଅଧିକ

ଅନୁଗୁଳ: ବଜାଜ ଅଟୋ ପକ୍ଷରୁ ଅନୁଗୁଳରେ ବଜାର ପ୍ରବେଶ କରିଛି ପ୍ରଥମ ସିଏନଜି ଚାଳିତ ମୋଟରସାଇକେଲ ଫ୍ରିଡମ୍ ୧୨୫। ସହରର ଯମୁନା ବଜାଜ ଶୋରୁମରେ ଏହାକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରାଯାଇଛି। ଏହି ଉନ୍ମୋଚନ ବେଳେ ଭାରତ ପେଟ୍ରୋଲିୟମ ମ୍ୟାନେଜର ବିବେକ କାୟାଣ୍ଡେ, ଯମୁନା ବଜାଜ ସୋରୁମ ମାଲିକ ଗିରିଜା ଶଙ୍କର ଅଗ୍ରୱାଲ ଓ ବିଜୟଲାଲ ଅଗ୍ରୱାଲ ଉପସ୍ଥିତ ଥିଲେ। ଏହି ଗାଡି ଉଭୟ ଗ୍ୟାସ ଓ ପେଟ୍ରୋଲ ଇନ୍ଧନରେ ଚାଲିପାରିବ। ଏଥିରେ ୨ କେଜି ସିଏନଜି ଟାଙ୍କି ସହ ପେଟ୍ରୋଲ ଟାଙ୍କି ମଧ୍ୟ ରହିଛି। କମ୍ପାନୀ ସୂଚନା ମୁତାବକ, ୧ କେଜି ସିଏନଜିରେ ଏହି ମୋଟରସାଇକେଲ ୧୦୦ କିଲୋମିଟରରୁ ଅଧିକ ଯାଇପାରିବ। ଉଭୟ ସିଏନଜି ଓ ପେଟ୍ରୋଲରେ ମୋଟ ୩୩୦କିଲୋମିଟର ଦୂରତା ଅତିକ୍ରମର କ୍ଷମତା ରହିଛି ଏହି ମୋଟରସାଇକେଲ।

ବାଇକରେ ଅନ୍ୟାନ୍ୟ ସୁବିଧା ମଧ୍ୟରେ ଏଲଇଡି ଲାଇଟ, ଡିଜିଟାଲ ମିଟର, ବ୍ଲୁଟୁଥ କନେକ୍ସନ ରହିଛି। ବଜାରକୁ ଏହି ମଡେଲର ୩ ପ୍ରକାର ଗାଡି ପ୍ରବେଶ କରିଛି। ଏହି ବାଇକ ୫ଟି ରଙ୍ଗରେ ଉପଲବ୍ଧ ଅଛି। ସାଧାରଣ ମୋଟରସାଇକେଲ ତୁଳନାରେ ଫ୍ରିଡମ୍ ୧୨୫ ୫୦ ପ୍ରତିଶତ କମ୍ ପ୍ରଦୂଷଣ ଦେବ।

Share

Leave a Reply