ମାତିଛନ୍ତି କେବିନ୍ ତଡ଼ା ଚୋର

You are currently viewing ମାତିଛନ୍ତି କେବିନ୍ ତଡ଼ା ଚୋର

ଅନୁଗୁଳ: ଅନୁଗୁଳ ଶିମିଳିପଡ଼ା ପଞ୍ଚଛକିଆ ରାଣୀଗୋଡ଼ା ରାସ୍ତାରେ ଗତ ପାଞ୍ଚ ଦିନ ଭିତରେ ପାଞ୍ଚଟି ଜାଗାରେ ଚୋରି ଅବା ଚୋରି ଉଦ୍ୟମ ହୋଇଚି। ଏହି ରାସ୍ତାର ମିଲନ ଭିଲ୍ଲା ନିକଟରେ ଚକ୍ରଧରଙ୍କ ଜଳଖିଆ ଦୋକାନ କ୍ୟାବିନ ତଡ଼ା ଯାଇଥିବା ବେଳେ ପାଖ ସନ୍ତୋଷ ପ୍ରଧାନଙ୍କ ଗ୍ୟାରେଜରୁ ଏକ ପୁରୁଣା ବାଇକ୍ ଇଞ୍ଜିନ ନେଇ ଯାଇଛନ୍ତି ।ସେହିଭଳି ଦାମୋଦରଙ୍କ ଗ୍ରୋସେରି ଦୋକାନ ଶଟର ତାଲା କାଟି ପ୍ରାୟ ପାଞ୍ଚ ଶହ ଟଙ୍କା ଖୁଚୁରା ଏବଂ ଅଳ୍ପ କିଛି ସାବୁନ ସାମ୍ପୋ ନେଇଛନ୍ତି। ସେହିଭଳି ସାମନ୍ତ ଟ୍ରେଡ଼ର୍ସର ତାଲା କାଟି ଅଳ୍ପ କିଛି ସାମଗ୍ରୀ ନେଇଥିବା ବେଳେ ପାଖ କୌଶିକ ଡ୍ରେସ୍ ଦୋକାନର କେବଳ ତାଲା କାଟି ଦେଇଛନ୍ତି। ସେହିଭଳି ଗୀତା ଗ୍ରାମ ଛକରେ ଏକ ଗ୍ରୋସେରି ଦୋକାନରୁ ଅଳ୍ପ କିଛି ସାମଗ୍ରୀ ନେଇ ପଳାଇଛନ୍ତି। ମୁଖ୍ୟତଃ ଚୋର ମାନେ ନଗଦ ଟଙ୍କା ଖୋଜି ବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଏ ଅଞ୍ଚଳରେ ରାତି ପାଟ୍ରୋଲିଂ ବଢ଼ାଇବାକୁ ଦାବି ହେଉଚି। ଚୋରି ବଡ଼ ଧରଣର ହୋଇ ନଥିବାରୁ କୌଣସି ବ୍ୟବସାୟୀ ଥାନାରେ ଏତଲା ଦେଇନାହାନ୍ତି ।

Share

Leave a Reply