ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ, ୩୦ଟି ଷ୍ଟଲରୁ କିଣାକିଣିର ମଜା ନେଉଛନ୍ତି ଅଞ୍ଚଳବାସୀ

You are currently viewing ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ, ୩୦ଟି ଷ୍ଟଲରୁ କିଣାକିଣିର ମଜା ନେଉଛନ୍ତି ଅଞ୍ଚଳବାସୀ

ଅନୁଗୁଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ କୃଷକ ସମାବେଶରେ ଯୋଗଦେଇ ସେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଏବେ ତୃଣମୂଳ ସ୍ତରର ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମେତ ଅନ୍ୟାନ୍ୟ ବିଭାଗର ଯୋଜନା ଗୁଡ଼ିକର ବ୍ୟାପକ ଜନସଚେତନତା ନିମନ୍ତେ ଉଦ୍ଦିଷ୍ଟ ଏହି ମେଳା ଅଧିକରୁ ଅଧିକ ହିତାଧିକାରୀଙ୍କୁ ଲାଭବାନ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ମେଳାରେ ମତ୍ସ୍ୟ, ପ୍ରାଣୀସମ୍ପଦ, ମିଶନ ଶକ୍ତି, ଜିଲ୍ଲା ଶିଳ୍ପ କେନ୍ଦ୍ର ଇତ୍ୟାଦି ବିଭାଗର ମୋଟ ୩୦ ଗୋଟି ଷ୍ଟଲ ଖୋଲାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ସୁଦୀପ ଗଡନାୟକ, ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଜାନକୀ ବଲ୍ଲଭ ପଟ୍ଟନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ କୁଅଁର ମର୍ଣ୍ଡି, ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡ. ନିରୋଦ ଦାସଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ କୃଷକମାନେ ଯୋଗଦେଇଥିଲେ।

Share

Leave a Reply