୨୦୨୨-୨୩ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ ଲକ୍ଷ୍ୟ ପାର କଲା ଏମସିଏଲ, ଶୁଭେଚ୍ଛା ଜଣାଇଲେ ଅଧ୍ୟକ୍ଷ

You are currently viewing ୨୦୨୨-୨୩ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ ଲକ୍ଷ୍ୟ ପାର କଲା ଏମସିଏଲ, ଶୁଭେଚ୍ଛା ଜଣାଇଲେ ଅଧ୍ୟକ୍ଷ

ତାଳଚେର: ଏମସିଏଲ ନିଜର ରେକର୍ଡ ଉତ୍ପାଦନ ଜାରି ରଖିବା ସହିତ ୨୦୨୨-୨୩ ଆର୍ଥିକ ବର୍ଷରେ ୧୫ ପ୍ରତିଶତରୁ ଅଧିକ ବୃଦ୍ଧି କରି ୧୭୬ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟକୁ ପାର କରିଛି। ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ.ପି.ସିଂହ ସୋମବାର କ୍ଷେତ୍ରୀୟ ମହାପ୍ରବନ୍ଧକ, ବିଭାଗାଧ୍ୟକ୍ଷ ଏବଂ ଟିମକୁ ୧୭୬ ମିଲିୟନ ଟନ୍ କୋଇଲା ଉତ୍ପାଦନ ଓ ପ୍ରେରଣର କଠିନ ଲକ୍ଷ୍ୟକୁ ପୂରଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ।

୨୦୨୩ ମାର୍ଚ୍ଚ ୬ ତାରିଖରେ ମହାପ୍ରବନ୍ଧକଙ୍କ ସମନ୍ୱୟ ବୈଠକକୁ ସମ୍ବୋଧିତ କରି ସିଏମଡି ଶ୍ରୀ ସିଂହ କୋଇଲା ଉତ୍ପାଦନର ନିର୍ଦ୍ଧାରିତ ଲକ୍ଷ୍ୟକୁ ୨୭ ଦିନ ପୂର୍ବରୁ ପ୍ରାପ୍ତ କରିବା ହେତୁ ଏମସିଏଲ ଟିମକୁ ପ୍ରଶଂସା କରିଥିଲେ। ଏମସିଏଲର ନିର୍ଦ୍ଦେଶକ ମଣ୍ଡଳୀ ନିର୍ଦ୍ଦେଶକ (କାର୍ମିକ) କେଶବ ରାଓ, ନିର୍ଦ୍ଦେଶକ(ବୈଷୟିକ) ଯୁଗଳ କିଶୋର ବୋରା, ନିର୍ଦ୍ଦେଶକ(ବିତ୍ତ) ଅଜିତ କୁମାର ବେହୁରା ମଧ୍ୟ ଏମସିଏଲକୁ ଶୁଭେଚ୍ଛା ଜଣାଇଥିଲେ।

Share

Leave a Reply