ଅନୁଗୁଳ: ୨୦୨୨ ଆର୍ଥିକ ବର୍ଷର ୧୧ ମାସ ମଧ୍ୟରେ ମହାନଦୀ କୋଲ ଫିଲଡ଼ସ ଲିମିଟେଡ଼ (ଏମସିଏଲ) ଶୁକ୍ରବାର ପୂର୍ବ ବର୍ଷର ରେକର୍ଡ଼ ଭାଙ୍ଗି ୧୪୮ ମିଲିୟନ ଟନ୍ କୋଇଲା ଉତ୍ପାଦନ ମାଇଲଖୁଣ୍ଟକୁ ପାର କରିଛି । ଚଳିତ ଆର୍ଥିକ ବର୍ଷର ଅନ୍ତିମ ୩୫ ଦିନ ବାକି ଥିବା ବେଳେ ଏମସିଏଲ ୧୨ ପ୍ରତିଶତ ଅଭିବୃଦ୍ଧିରେ ଏହି ବର୍ଷକୁ ଶେଷ କରିବ ବୋଲି ଆଶାବ୍ୟକ୍ତ କରାଯାଉଛି । ଫେବୃଆରୀ ୨୪ ତାରିଖରେ ୧୪୮.୨୨ ମିଲିୟନ ଟନ୍ କୋଇଲା ଉତ୍ପାଦନ କରି ଗତ ବର୍ଷର ୧୪୮ ମିଲିୟନ୍ ଟନ୍ର ମାଇଲଖୁଣ୍ଟକୁ ଅତିକ୍ରମ କରିଛି । ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ.ପି.ସିଂହ ସମସ୍ତ ଅଧିକାରୀ,କର୍ମଚାରୀ,କାର୍ଯ୍ୟରତ ଠିକା କମ୍ପାନୀ ଏବଂ ଅଂଶୀଦାର ମାନଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି । ବିଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଥର ଅଧିକ କୋଇଲା ଉତ୍ପାଦନ କରିଥିବା ହେତୁ ଏମସିଏଲର ସିଏମଡି ଶ୍ରୀ ସିଂହ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଅଦ୍ୟାବଧି କମ୍ପାନୀ ୧୮% ଅଭିବୃଦ୍ଧି ପଞ୍ଜିକରଣ କରିବାସହ ଉପଭୋକ୍ତାମାନଙ୍କୁ ୧୫୮ ମିଲିୟନ ଟନ୍ ଶୁଷ୍କ ଇନ୍ଧନ ଯୋଗାଇଛି, ଯାହାକି ଓଭର ବର୍ଡ଼ନ ଅପସାରଣରେ ୨୨% ପ୍ରତିଶତ ଅଭିବୃଦ୍ଧି ସହିତ ୧୮୪ ମିଲିୟନ କ୍ୟୁବିକ୍ ମିଟର ଓଭର ବର୍ଡ଼ନ ଅପସାରଣର ରେକର୍ଡ଼ ସୃଷ୍ଟି କରିଛି ।
ଏମସିଏଲର ରେକର୍ଡ଼ କୋଇଲା ଉତ୍ପାଦନ
- Post published:February 25, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
