ଡିଭାଇଡରରେ ଚଢ଼ିଯାଇ ଓଲଟିଲା ମେଡିସିନ ବୋଝେଇ ଟ୍ରକ, କେହି ମୃତାହତ ହୋଇନଥିବା ସୂଚନା

You are currently viewing ଡିଭାଇଡରରେ ଚଢ଼ିଯାଇ ଓଲଟିଲା ମେଡିସିନ ବୋଝେଇ ଟ୍ରକ, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖ ଟ୍ରାଫିକ ଛକରେ ଭାରସାମ୍ଯ ହରାଇ ଡିଭାଇଡର ଉପରେ ଚଢ଼ି ଓଲଟିଲା ଟ୍ରକ୍। ଟ୍ରକରେ ମେଡିସିନ ବୋଝେଇ ହୋଇ ରହିଥିଲା। ଏଥିରେ କେହି ମୃତାହତ ହୋଇ ନାହାଁନ୍ତି।

ଚାଳକଙ୍କ ସୂଚନା ଅନୁଯାୟୀ, ଏହି ଟ୍ରକ (MP04HE2869) ଭୋପାଳରୁ ମେଡିସିନ ନେଇ କଟକ ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୧ଟା ସମୟରେ ବଅଁରପାଳ ଟ୍ରାଫିକ ଛକରେ ବିପରୀତ ପାଖରୁ ଏକ ଦ୍ରୁତଗାମୀ ଟ୍ରକ ଅତ୍ୟଧିକ ଲାଇଟ ଜଳାଇ ଆସୁଥିବାରୁ ଡିଭାଇଡର ଦେଖା ନଯିବାରୁ ତା’ ଉପରେ ଗାଡ଼ି ଚଢି ଯାଇଥିଲା। ଫଳରେ ଓଲଟି ପଡ଼ିଛି।

ଘଟଣାସ୍ଥଳରେ ବଅଁରପାଳ ଥାନା ଏସ୍ ଆଇ ଆର୍ ଏନ୍ ମହାନନ୍ଦ ପହଞ୍ଚି ଚାଳକ, ହେଲପର ଓ ମେଡିସିନକୁ ଉଦ୍ଧାର କରିଛନ୍ତି।

Share

Leave a Reply