ବିନା ଫାର୍ମାସିଷ୍ଟରେ ଔଷଧ ବିକ୍ରି ଚାଲିଛି: କର୍ତ୍ତୃପକ୍ଷ ନିଦାବିଷ୍ଣୁ

You are currently viewing ବିନା ଫାର୍ମାସିଷ୍ଟରେ ଔଷଧ ବିକ୍ରି ଚାଲିଛି: କର୍ତ୍ତୃପକ୍ଷ ନିଦାବିଷ୍ଣୁ

ଅନୁଗୁଳ: ହେଲମେଟ ନ ପିନ୍ଧି ଗାଡି ଚଳାଇଲେ ଚାଲାଣ କଟୁଛି, ଟ୍ରେଡ଼ ଲାଇସେନ୍ସ ନଥିଲେ ଦୋକାନ ସଟର ବନ୍ଦ, ଫୁଡ଼ ଲାଇସେନ୍ସ ନ ଥିଲେ ଫାଇନ, ଫାୟାର ଲାଇସେନ୍ସ ନ ଥିଲେ ଫାଇନ କିନ୍ତୁ ଅନୁଗୁଳ ଜିଲ୍ଲାରେ ଶହ ଶହ ଔଷଧ ଦୋକାନ ଫାର୍ମାସିଷ୍ଟଙ୍କ ବିନା ଉପସ୍ଥିତିରେ ବର୍ଷ ବର୍ଷ ଧରି କାରବାର କରୁଛନ୍ତି। ଏଥିନେଇ କାହାରି ନିଘା ନଥିବା ଦେଖିବାକୁ ମିଳୁଛି।

ଫାର୍ମାସି ଆକ୍ଟ ୧୯୪୮, ଫାର୍ମାସି ପ୍ରାକଟିସ ରେଗୁଲେସନ ୨୦୧୫ ଅନୁସାରେ କୌଣସି ଔଷଧ ଦୋକାନରେ ଫାର୍ମାସିଷ୍ଟ ବିନା ଔଷଧ ବିକା ଯାଇପାରିବ ନାହିଁ। ଅନୁଗୁଳ ଜିଲ୍ଲାରେ ଏବେ ପ୍ରାୟ ସାତ ଶହ ଔଷଧ ଦୋକାନ ଅଛି।ଏହି ଦୋକାନ ମଧ୍ୟରୁ ଅଧିକାଂଶ ଦୋକାନରେ ଡାକ୍ତର ବସେଇ କ୍ଲିନିକ ଚାଲିଛି।ରୋଗ ଓ ରୋଗୀ ବଢିବାରୁ ଔଷଧ ବ୍ୟବସାୟ ଏବେ ଲାଭଜନକ ବ୍ୟବସାୟର ମାନ୍ୟତା ପାଇଛି।

କିନ୍ତୁ ନିୟମ ଉଲ୍କଙ୍ଘନ କରି ଫାର୍ମାସିଷ୍ଟର ବିନା ଉପସ୍ଥିତିରେ ଔଷଧ କାରବାର ଦ୍ୱାରା ରୋଗୀର ଜୀବନ ପ୍ରତି ବିପଦ ରହିଛି ଅସଲରେ ଡ୍ରଗ୍ସ ଲାଇସେନ୍ସ ଆଣିଲାବେଳେ ଦୋକାନୀ କେବଳ ଜଣେ ଫାର୍ମାସିଷ୍ଟଙ୍କ ଲାଇସେନ୍ସ ଦେଇ କାମ ବଢ଼େଇ ଦେଉଛନ୍ତି।ସେ ମାସକୁ ମାସ କିଛି ଟଙ୍କା ଏହା ବଦଳରେ ପାଇ ଖୁଶ। ଏ ପ୍ରସଙ୍ଗରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ରୋଗୀଙ୍କ ଜୀବନ ସହ ଖେଳିବାକୁ ବିପଦଜନକ ବୋଲି ଦର୍ଶାଇଛନ୍ତି। ଅନୁଗୁଳ ଭେଷଜ ନିରୀକ୍ଷକ ଏହି ସବୁ ବେଆଇନ କାର୍ଯ୍ୟକୁ କିଭଳି।ରୋକାଯିବ ସେଥିନେଇ ସେ ଉତ୍ତରଦାୟୀ।

ଏହାଛଡା କେମିଷ୍ଟ ସଂଘ ମଧ୍ୟ ଏ ନେଇ ସଚେତନତା କରିବା ଦରକାର। ଅନୁଗୁଳ ଜିଲ୍ଲାରେ ଏ କାର୍ଯ୍ୟ ଚାଲୁ ରହିଲେ ଅଣ୍ଡରମ୍ୟାଟ୍ରିକ ସେଲସ ମ୍ୟାନ କିଛି ଦିନ କାମକରି ଶେଷକୁ କ୍ୱାକ ସାଜିବେ ନଚେତ ନକଲି ଡାକ୍ତର ସାଜି ରୋଗୀଙ୍କୁ ବିପଦରେ ପକାଇବେ। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply